‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବିନି: ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

 ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବିନି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଦେଇଥିବାରୁ କ୍ଷମା ପ୍ରାର୍ଥନା ଦାବି କରିଛି ଶାସକ ଦଳ ବିଜେପି। ସଂସଦରେ ବିଜେପି କ୍ଷମା ଦାବି କରିବା ସହିତ ଜଣେ ନିର୍ବାଚିତ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କ ସଦସ୍ୟ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିଛି। ସଂସଦରୁ ବାହାରିବା ପରେ ଏହାର ଜବାବ ରଖିଛନ୍ତି ରାହୁଲ ଗାନ୍ଧି। ମହିଳାଙ୍କୁ ଦୁଷ୍କର୍ମ କରିବା ଆହ୍ୱାନ କରିଥିବା ମନ୍ତବ୍ୟରୁ ଦୂରେଇ ଯାଇ ଉତ୍ତର ପୂର୍ବରେ ଦେଖାଦେଇଥିବା ହିଂସା ପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଦୁଷ୍କର୍ମର ରାଜଧାନୀ ବୋଲି କହିଥିବା ମନ୍ତବ୍ୟର ଏକ ଭିଡିଓକୁ ଟୁଇଟ କରି ପୋଷ୍ଟ କରିଛନ୍ତି ରାହୁଲ ଗାନ୍ଧି।

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ମୁଖ୍ୟ ପ୍ରସଙ୍ଗରୁ ହଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ମୋତେ ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି। ଉତ୍ତର ପୂର୍ବରେ ହିଂସା ଦେଖାଦେଇଛି। ଏଥିପାଇଁ ମୋଦି ଓ ଶାହ ଦାୟୀ। ପୂର୍ବରୁ ଥରେ ମୋଦି କହିଥିଲେ ଦିଲ୍ଲୀ ଦୁଷ୍କର୍ମର ରାଜଧାନୀ। ଏହାକୁ ଉଦ୍ଧୃତ କରି ସେ ଏଭଳି କହିଛନ୍ତି ବୋଲି ରାହୁଲ କହିଛନ୍ତି। ନରେନ୍ଦ୍ର ମୋଦି ମେକ୍ ଇନ୍ ଇଣ୍ଡିଆ ପାଇଁ ଆହ୍ୱାନ କରିଥିଲେ। ହେଲେ ଏବେ ପ୍ରତିଦିନ ଖବରକାଗଜରେ ‘ରେପ୍ ଇନ୍ ଇଣ୍ଡିଆ’ ଦେଖିବାକୁ ମିଳିଛି ବୋଲି ରାହୁଲ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଭୁଶୁଡ଼ି ଯାଇଛି ଏଥିପାଇଁ ମୋଦି କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି।

ଆଜି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ରାହୁଲ ଭେଟିଥିଲେ। ଦେଶର ମୂଳଦୁଆ ଅର୍ଥବ୍ୟବସ୍ଥା। ହେଲେ ବିଶ୍ୱର କୌଣସି ସ୍ଥାନରେ ଭାରତର ଅର୍ଥବ୍ୟବସ୍ଥା ବାବଦରେ ଆଲୋଚନା ହେଉନି ବୋଲି ରଘୁରାମ ତାଙ୍କୁ କହିଥିବା ରାହୁଲ କହିଛନ୍ତି। ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ିଛି। ଉନ୍ନାଓ ଦୁଷ୍କର୍ମକୁ ନେଇ ସେ କହିଛନ୍ତି, ବିଜେପି ବିଧାୟକ ପୀଡ଼ିତାଙ୍କ ଗାଡ଼ି ପୋଡ଼ିଦେଲେ। ସାରା ଦେଶରେ ହିଂସା ଘଟଣା ବୃଦ୍ଧି ପାଇଛି। ଜମ୍ମୁ କଶ୍ମୀରରେ ହିଂସା ଏବେ ବି ରହିଛି। ତେଣୁ ମୋଦି କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧି ଝାଡ଼ଖଣଣ୍ଡର ସନ୍ଥାଲପରଗନାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସେ ଜୋରଦାର ବର୍ଷିଥିଲେ। ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ରାହୁଲ କହିଥିଲେ ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଏବଂ ରେପ୍ ଇନ୍ ଇଣ୍ଡିଆ’ରେ ପରିଣତ ହୋଇଛି। ଦେଶ ଏବେ ଦୁଷ୍କର୍ମର ରାଜଧାନୀ ପାଲଟିଛି। ଏହାକୁ ନେଇ ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଶାସକ ଦଳ ପ୍ରସଙ୍ଗ କରିଥିଲା।



from Odisha Reporter https://ift.tt/2RINRSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages