ନୂଆପଡ଼ାରେ ଖୋଲିଲା ମାଣ୍ଡିଆ ମଣ୍ଡି, ଚାଷୀ ଉତ୍ସାହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ନୂଆପଡ଼ାରେ ଖୋଲିଲା ମାଣ୍ଡିଆ ମଣ୍ଡି, ଚାଷୀ ଉତ୍ସାହିତ

ନୂଆପଡ଼ା( ମାୟାଧର ସରାଫ): ଲୋପ ପାଇ ଯାଉଥିବା ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ  ନୂଆପଡ଼ା ଜିଲ୍ଲାରେ ଖୋଲିଛି ପ୍ରଥମ ମାଣ୍ଡିଆ ମଣ୍ଡି। କ୍ୱିଣ୍ଟାଲ ପିଛା ଦାମ୍‌ ଠିକ୍‌ଠାକ୍‌ ଥିବାରୁ ଏଥିଲାଗି ଚାଷୀ ଉତ୍ସାହିତ ହୋଇ ପଡ଼ିଛନ୍ତି। ମାଣ୍ଡିଆ ଚାଷ କଲେ ସରକାର ଉପଯୁକ୍ତ ମୂଲ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଆଗାମୀ ଦିନରେ ଜିଲ୍ଲାର ଚାଷୀମାନେ ଏହି ଚାଷକୁ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।

ରାଜ୍ୟ ସରକାର ‘ମିଲେଟ୍ ମିଶନ’ ଯୋଜନାରେ ମାଣ୍ଡିଆ ଚାଷ ଲାଗି ଅନେକ ବ୍ୟବସ୍ଥା କରିବା ପରେ ଜିଲ୍ଲାର ଚାଷୀମାନେ ଅନେକ ଜାଗାରେ ଆରମ୍ଭ କରିଛନ୍ତି ମାଣ୍ଡିଆ ଚାଷ। ସରକାର ସେମାନଙ୍କୁ ବିହନ ଓ ସାର ବି ଯୋଗେଇ ଦେଉଛନ୍ତି। ପୁଣି ଅମଳ ମାଣ୍ଡିଆକୁ କିଣିବା ପାଇଁ ମଣ୍ଡିର ବ୍ୟବସ୍ଥା ବି କରିଛନ୍ତି। ମାଣ୍ଡିଆର ଏମଏସପି ଦାମ୍ ଧାନଠାରୁ ବି ଅଧିକ ଥିବାରୁ ଚାଷୀ ଏହି ଚାଷ କରିବାକୁ ଆଗ୍ରହ ଦେଖାଇଲେଣି। ମାଣ୍ଡିଆ କ୍ୱିଣ୍ଟାଲ ପିଛା ୩୧୫୦ ଟଙ୍କାରେ ବିକୁଛନ୍ତି ଚାଷୀ  ।

ଏ ସମ୍ପର୍କରେ ଚାଷୀ ଗଙ୍ଗାରାମ ସୁନାନି କହିଛନ୍ତି, “ସରକାର ଆମକୁ ବିହନ, ସାର ଯୋଗାଇ ଦେଉଛନ୍ତି। ମଣ୍ଡି ବି ଖୋଲିଛନ୍ତି। ତେଣୁ ଆଗାମୀ ବର୍ଷ ଅଧିକ ମାଣ୍ଡିଆ ଚାଷ କରିବୁ।”

ମାନସିଂ ମାଝି ନାମକ ଚାଷୀ କହିଛନ୍ତି, “ଆଗରୁ ଅଳ୍ପ ମାଣ୍ଡିଆ ଉତ୍ପାଦନ କରିଥିଲୁ। ଏଥର ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳୁଥିବାରୁ ଅଧିକ ଚାଷ କରିବୁ।”

‘ମିଲେଟ ମିଶନ୍‌’ ଲାଗି ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ସର୍ବମୋଟ୍ ୩୦୮୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଥିଲା। ୨୦୦୦ କ୍ୱିଣ୍ଟାଲ ମାଣ୍ଡିଆ ସରକାର କିଣିବା ପାଇଁ ବ୍ୟବସ୍ଥା ବି କରିଛନ୍ତି। ସେଥିପାଇଁ ଜିଲ୍ଲାର ୫ଟି ବ୍ଲକର ୯ଟି ଜାଗାରେ ମାଣ୍ଡିଆ ମଣ୍ଡି ଖୋଲାଯିବାକୁ ନିଷ୍ପତ୍ତି ବି ହୋଇଛି। ଜିଲ୍ଲାର କୋମନାର ମିଛାପାଲିଠାରେ ହୋଇଥିବା ପ୍ରଥମ ମାଣ୍ଡିଆ ମଣ୍ଡିକୁ ଜିଲ୍ଲାପାଳ ମଧୁସ୍ମିତା ସାହୁ ଉଦ୍‌ଘାଟନ କରିଛନ୍ତି। ଏହାସହିତ ମାଣ୍ଡିଆ ଚାଷୀଙ୍କୁ ଆଗାମୀ ଦିନରେ ଅନେକ ସହାୟତା ଯୋଗାଇ ଦେବାକୁ ଜଣାଇଛନ୍ତି। .

ନୂଆପଡ଼ା ଡିଡିଏ ଜାହେଦ ମହମ୍ମଦ କହିଛନ୍ତି, ଚଳିତ ବର୍ଷ ଲକ୍ଷ୍ୟ ପୂରଣ ଲାଗି ଚେଷ୍ଟା ଚଳାଇଛୁ। ଜିଲ୍ଲାପାଳ ମଧ୍ୟ ସବୁ ଚାଷୀଙ୍କୁ ମଣ୍ଡିରେ ମାଣ୍ଡିଆ ବିକିବାକୁ ଅନୁରୋଧ କରିଛନ୍ତି।  ଅନ୍‌ଲାଇନ୍‌ରେ ସେମାନଙ୍କ ନିକଟକୁ ପ୍ରାପ୍ୟ ପଠାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ କହିଛନ୍ତି।



from Odisha Reporter https://ift.tt/33XBaFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages