ଅନୁଭବଙ୍କୁ ଜବାବ ଦେଲେ ସ୍ମୃତି ଇରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ଅନୁଭବଙ୍କୁ ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ଉଠୁଥିବା ପଡ଼ୁଥିବା ବେଳେ ସଂସଦରେ ମଧ୍ୟ ଏହାକୁ ନେଇ ଚାଲୁ ରହିଛି ସରଗରମ ଆଲୋଚନା। ସଂସଦରେ ଏହି ପ୍ରସଙ୍ଗକୁ ନେଇ ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମୁହାଁମୁହିଁ ହୋଇଛନ୍ତି।

ପ୍ରଥମେ ଅନୁଭବ ନିଜ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, “ଏପରି ସ୍ପର୍ଶକାତର ଘଟଣାକୁ ନେଇ ସବୁବେଳେ ପୂରା ସଂସଦ ଏକାଠି ହୋଇଥାଏ। ନାରୀ ଉପରେ ନିର୍ଯାତନା କରୁଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦଳମତ ନିର୍ବିଶେଷରେ ରାୟ ପ୍ରକାଶ ପାଇଥାଏ। କିନ୍ତୁ ଏହାକୁ ନେଇ ଦୁଃଖ ବି ହୋଇଥାଏ ଯେତେବେଳେ ଏହାକୁ ଜାତିଆଣ ଭାବ ସହ ଯୋଡ଼ା ଯାଇଥାଏ। କାରଣ ଜଣେ ମହିଳା ପ୍ରଥମେ ଏକ ବ୍ୟକ୍ତିବିଶେଷ। ସେମାନଙ୍କ ଉପରେ ନିର୍ଯାତନା ହେଲେ ସେମାନଙ୍କ ପରିବାର ସଦସ୍ୟ କେଉଁ ପ୍ରକାର ସ୍ଥିତିରେ ଗତି କରିଥାନ୍ତି, ସେମାନେ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତାକୁ ପ୍ରଥମେ ବୁଝିବା ଆବଶ୍ୟକ। କିନ୍ତୁ ସଂସଦ ଭିତରେ ଓ ବାହାରେ ଏହାର ରାଜନୀତିକରଣ କରାଯାଉଛି।” ଏଥିସହ ଏହାକୁ ବନ୍ଦ କରିବା ପାଇଁ ରୁଲିଂ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ଅପରପକ୍ଷେ ସଂସଦରେ ଅନୁଭବଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ବିଷୟକୁ ଜାତିଆଣ ସହ ଯୋଡ଼ାଯିବାକୁ ତୀବ୍ର ବିରୋଧ କରିଥିଲେ। ମହିଳାଙ୍କ ନାମ ବ୍ୟବହାର କରି ଏପରି ରାଜନୀତି କରିବାର ଦୁଃସାହସ ସଂସଦରେ ପୂର୍ବରୁ କେବେ ହୋଇ ନ ଥିବା ସେ କହିଛନ୍ତି।



from Odisha Reporter https://ift.tt/2quQtsa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages