ପିଆଜ ପରେ ଅଣ୍ଡା ଓ ଚିକେନ ଦାମ ବଢ଼ିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ପିଆଜ ପରେ ଅଣ୍ଡା ଓ ଚିକେନ ଦାମ ବଢ଼ିବ!

ନୂଆଦିଲ୍ଲୀ: ଆମିଷ ଛାଡ଼ି ଶାକାହାରୀ ହେବା ପାଇଁ ଦେଶର କୃଷି ବ୍ୟବସ୍ଥା ଏବେ ବାଧ୍ୟ କରିଛି। କାରଣ ଆମିଷ ଖାଦ୍ୟ ପାଇଁ ଆବଶ୍ୟକ ବ୍ୟଞ୍ଜନ ଦାମ ଏବେ ଆକଶ ଛୁଆଁ ହୋଇଛି। ପିଆଜ ଦର କିଛି ସ୍ଥାନରେ ଦୁଇ ଶତକ ପାର ହୋଇଥିବା ବେଳେ ଆଉ କେଉଁଠି ଦୁଇ ଶତକ ପାଖାପାଖି ରହିଛି। ଏଭଳି ସ୍ଥିତିରେ ହାଣ୍ଡିଶାଳରେ ପିଆଜ ଉପରେ ନୋ ଏଣ୍ଟ୍ରି ହୋର୍ଡିଂ ଲାଗିଛି। ଅନ୍ୟପଟେ ଏବେ ଅଣ୍ଡା ଓ କୁକୁଡା ମାଂସ ଦାମ ବଢ଼ିବ ବୋଲି ଆକଳନ କରାଯାଉଛି। ଏହା ପଛରେ କୁକୁଡା ଦାନାର ଦାମ ବୃଦ୍ଧି ଏକ କାରଣ ବୋଲି ଜଣାପଡ଼ିଛି।

କୁକୁଡ଼ା ଫାର୍ମରେ କୁକୁଡାଙ୍କ ଦାନାରେ ମକା ରହିଥାଏ। ଏହି ମକାର ଦାମ ଏବେ ୧୭ ପ୍ରତିଶତ ବଢ଼ିଯାଇଛି। ତେଣୁ ଏବେ ଅଣ୍ଡା ଓ କୁକୁଡ଼ାର ଦାମ ବଢ଼ାଇବାକୁ ପୋଲ୍‌ଟ୍ରି କମ୍ପାନୀମାନେ ବିଚାର କରୁଥିବା ସୂଚନା ରହିଛି। ହେଲେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଅନ୍ୟପଟେ ମକା ବ୍ୟବସାୟୀ କହିଛନ୍ତି, ନିକଟରେ ମକାର ଦାମ କମିବାର ସୂଚନା ନାହିଁ। ମକା ଫସଲରେ ଏକ କୀଟ ଆକ୍ରମଣ କରିଛି। ଫଳରେ ମକା ଫସଲ ନଷ୍ଟ ହୋଇଛି।

ଚଳିତବର୍ଷ ୭ ଲକ୍ଷ ହେକ୍ଚରରୁ ଅଧିକ ଜମିରେ ମକା ଫସଲ ହୋଇଛି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏହି ଫସଲରେ କ୍ଷତି ହୋଇଛି। କର୍ଣ୍ଣାଟକରେ ୨.୬୩ ଲକ୍ଷ ହେକ୍ଟର ଚାଷ ନଷ୍ଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨.୩୨ ଲକ୍ଷ ହେକ୍ଟର ଚାଷ ନଷ୍ଟ ହୋଇଛି। ଫସଲରେ କ୍ଷତି ହୋଇଥିବାରୁ ଗତ ୨ ମାସରେ ମକା ଦାମ କ୍ୱିଣ୍ଟାଲ ପିଛା ୧୭୦୦ ଟଙ୍କାରୁ ୨୦୦୦ ଟଙ୍କା ହୋଇଛି। ଅର୍ଥାତ୍ ୩୦୦ ଟଙ୍କା ବଢ଼ିଛି।



from Odisha Reporter https://ift.tt/2RGZzwW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages