‘ବିଗ୍‌ ବସ୍‌ ୧୩’ରେ ଏଣ୍ଟ୍ରି କଲେ ମାଷ୍ଟରମାଇଣ୍ଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

‘ବିଗ୍‌ ବସ୍‌ ୧୩’ରେ ଏଣ୍ଟ୍ରି କଲେ ମାଷ୍ଟରମାଇଣ୍ଡ୍

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩’ରେ ସବୁଦିନ କିଛି ନା କିଛି ନୂଆ ଡ୍ରାମା ବା କଥା ଦେଖିବାକୁ ମିଳୁଛି। ଗତକାଲି ବି ଏମିତି କିଛି ଘଟିଛି। ଗତକାଲି ଶୋ’ରେ ଏଣ୍ଟ୍ରି କରିଛନ୍ତି ‘ବିଗ୍‌ ବସ୍‌ ୧୧‘ର ପ୍ରତିଯୋଗୀ ତଥା ମାଷ୍ଟର୍‌ମାଇଣ୍ଡ୍ ଭାବେ ଜଣାଶୁଣା ବିକାଶ ଗୁପ୍ତା। ତେବେ ଗେମ୍‌ ଏତେ ଆଗକୁ ବଢ଼ିସାରିବା ପରେ ହଠାତ୍‌ ବିକାଶଙ୍କର ଏଣ୍ଟ୍ରି ସିଦ୍ଧାର୍ଥ ଶୁକ୍ଲା, ଶେହନାଜ୍‌ ଗିଲ୍‌ ଓ ମାହିରାଙ୍କୁ ସବୁଠୁ ବଡ଼ ଝଟକା ଦେଇଛି। କାରଣ ଏ ପର୍ଯ୍ୟନ୍ତ ‘ବିବି’ ଘରେ ଏହି ୩ ଜଣ ସଦସ୍ୟ ସବୁଠୁ ଅଧିକ ହଙ୍ଗାମା କରି ନିଜର ଦବ୍‌ଦବା ବଜାୟ ରଖି ଆସିଛନ୍ତି। ହେଲେ ବିକାଶଙ୍କ ଏଣ୍ଟ୍ରି ସେମାନଙ୍କ ଗେମ୍‌କୁ ପଲଟାଇ ଦେଇପାରେ। ତେଣୁ ତାଙ୍କ ଏଣ୍ଟ୍ରିରେ ଏହି ତିନି ଜଣ ଆଦୌ ଖୁସି ନାହାନ୍ତି।

ସୂଚନାଯୋଗ୍ୟ, ବିକାଶ ଶୋ’ରେ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କର ପ୍ରୋକ୍ସି ଭାବେ ବା ତାଙ୍କ ବଦଳରେ ଆସିଛନ୍ତି। ଏବେ ସେ ତାଙ୍କ ତରଫରୁ ଏହି ଗେମ୍‌ ଖେଳିବେ। ଟାସ୍କ କରିବା ସମୟରେ ଦେବୋଲିନାଙ୍କ  ଅଣ୍ଟାରେ ଆଘାତ ଲାଗିଥିଲା। ଏଥିଯୋଗୁ ଡାକ୍ତର ତାଙ୍କୁ ବେଡ୍‌ ରେଷ୍ଟ କରିବାକୁ କହିଛନ୍ତି। ତେଣୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା। ତେବେ ବିକାଶଙ୍କ ଏଣ୍ଟ୍ରି ପରେ ଶୋ’ରେ କ’ଣ ପରିବର୍ତ୍ତନ ହେବ ଓ ସେ କେତେ ଆଗକୁ ଯାଇପାରିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।

 



from Odisha Reporter https://ift.tt/2P1o5XW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages