ଏନବିଏଫର ଅଧ୍ୟକ୍ଷ ହେଲେ ଅର୍ଣ୍ଣବ, ଓଟିଭି ସହ ସଂସ୍ଥାପକ ଜଗି ମଙ୍ଗତ ପଣ୍ଡା ଉପ ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ଏନବିଏଫର ଅଧ୍ୟକ୍ଷ ହେଲେ ଅର୍ଣ୍ଣବ, ଓଟିଭି ସହ ସଂସ୍ଥାପକ ଜଗି ମଙ୍ଗତ ପଣ୍ଡା ଉପ ସଭାପତି

ଭୁବନେଶ୍ୱର (ଓଡ଼ିଶା ରିପାେର୍ଟର): ଦେଶର ୭୮ଟି ଜାତୀୟ ଓ ଆଞ୍ଚଳିକ ଟିଭି ଚ୍ୟାନେଲକୁ ନେଇ ଗଠିତ ନ୍ୟୁଜ ବ୍ରଡକ୍ରାଷ୍ଟର୍ସ ଫେଡେରେସନର (ଏନବିଏଫ) ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ରିପବ୍ଲିକ ଟିଭିର ସମ୍ପାଦକ ତଥା ଖ୍ୟାତନାମା ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ। ଏଥିସହ ଏହି ଏନବିଏଫର ଉପ ସଭାପତି ହୋଇଛନ୍ତି ଓଟିଭିର ସହ ସଂସ୍ଥାପକ ଜଗି ମଙ୍ଗତ ପଣ୍ଡା ଏବଂ ଅନ୍ୟ ତିନି ଜଣ। ଶନିବାର ଏନବିଏଫ ବୋର୍ଡ଼ର ପଦ ପଦବୀ ନେଇ ନିଷ୍ପତ୍ତି ନିଆଯିବା ପରେ ରବିବାର ଆନୁଷ୍ଠାନିକ ଭାବରେ ଏହାର ଘୋଷଣା ହୋଇଛି।

ଦେଶର ୧୪ଟି ଭାଷା, ୨୫ଟି ରାଜ୍ୟର ଟିଭି ଚ୍ୟାନେଲମାନେ ମିଶି ଏହି ଏନବିଏଫ ଗଢ଼ିଛନ୍ତି। ଖବର ପ୍ରସାରଣରେ ସ୍ୱଚ୍ଛତା ଆଣିବା ପାଇଁ ଏହା ଗଢ଼ାଯାଇଛି।

‘ଏନବିଏଫ ସଦସ୍ୟମାନେ ମୋ ଉପରେ ଭରସା କରିଥିବାରୁ ମୁଁ କୃତଜ୍ଞ। ଆଗାମୀ ଦିନରେ ଟିଭି ମିଡିଆରେ ସଠିକ୍ ଖବର ପ୍ରସାରଣ କରିବା ଦିଗରେ ଏନବିଏଫ ଏକ ବଡ଼ ଭୂମିକା ତୁଲାଇବ’ ବୋଲି ଏନବିଏଏଫର ସଭାପତି ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି।

ଏନବିଏଫର ଉପସଭାପତିଙ୍କ ମଧ୍ୟରେ ଓଟିଭିର ସହ ସଂସ୍ଥାପକ ଜଗି ମଙ୍ଗତ ପଣ୍ଡା, ଫୋର୍ଥ ଡାଇମେନ୍ସନ ମିଡିଆର ଶଙ୍କର ବାଲା, ପ୍ରାଗ୍‌ ନ୍ୟୁଜର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ନାରାୟଣ, ଆଇଟିଭି ନେଟଓ୍ୱାର୍କର ଅଧ୍ୟକ୍ଷ କାର୍ତ୍ତିକେୟ ଶର୍ମା ରହିଛନ୍ତି।

ଏନବିଏଫ ବୋର୍ଡ଼ ଗଠନ ହେବା ପରେ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ନିଜର ଦାବି ମଧ୍ୟ ଜଣାଇ ସାରିଛନ୍ତି। ଜାଭଡେକର ମଧ୍ୟ ଏନବିଏଫକୁ ଆହ୍ୱାନ କରିଛନ୍ତି, କିଭଳି ଆଞ୍ଚଳିକ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।



from Odisha Reporter https://ift.tt/2P58o21

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages