‘ସିଝା ମାଛ ମସଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

‘ସିଝା ମାଛ ମସଲା’

ଆବଶ୍ୟକୀୟ ସାମଗ୍ରୀ : ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଦହି, ପିଆଜ, ଗରମ ମସଲା ଗୁଣ୍ଡ, ପିଆଜ, ସୋରିଷ ବଟା, ଅଦା-ରସୁଣ ବଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ୍‌ କରନ୍ତୁ।

ଗ୍ୟାସ୍‌ ଲଗାଇ କଡ଼େଇରେ ପାଣି ଫୁଟାନ୍ତୁ ଏବଂ ସେଥିରେ କିଛି ତେଲ ପକାନ୍ତୁ। ଏହାପରେ ସେହି ପାଣିରେ ପୂର୍ବରୁ ମ୍ୟାରିନେଟ୍‌ ହୋଇ ରହିଥିବା ମାଛକୁ ପକାଇ ଦିଅନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଗରମ ମସଲା ଗୁଣ୍ଡ, କଟା ପିଆଜ, ଗୋଟା କଞ୍ଚାଲଙ୍କା ଓ ଅଳ୍ପ ଲୁଣ ପକାଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ୫ରୁ ୭ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଛଗୁଡ଼ିକୁ ଲେଉଟାଇ ଦିଅନ୍ତୁ। ଏହାକୁ ଗାର୍ନିସ୍‌ କରିବା ପାଇଁ ଏଥିରେ ଧଣିଆ ପତ୍ର ମଧ୍ୟ ପକାଇ ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସିଝା ମାଛ ମସଲା। ଏହାକୁ ଗରମ ଗରମ ପରିବେଷଣ କରନ୍ତୁ।



from Odisha Reporter https://ift.tt/2PIrHxo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages