ଲିଙ୍ଗରାଜ ମନ୍ଦିର ଚୌହଦୀରେ ଆଜି ବୁଲିବ ବୁଲଡୋଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ଲିଙ୍ଗରାଜ ମନ୍ଦିର ଚୌହଦୀରେ ଆଜି ବୁଲିବ ବୁଲଡୋଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଚୌହଦୀରେ ଆଜିଠାରୁ ପୁଣି ଆରମ୍ଭ ହେବ ଉଚ୍ଛେଦ ଅଭିଯାନ । ୨ ଦିନର ବିରତି ପରେ ଆଜିଠାରୁ ପୁଣି ବୁଲଡୋଜର ବୁଲିବ । ଗତକାଲି ବୈଠକ ପରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଥିଲେ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯିବ ଏବଂ ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁ ପ୍ରିଣ୍ଟ ସାର୍ବଜନୀନ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି ।

ସୋମବାର ଲିଙ୍ଗରାଜ ମନ୍ଦିର ପୂର୍ବ ଏବଂ ଉତ୍ତର ପଟୁ ବିଡିଏ, ବିଏମସିର ଜଏଣ୍ଟ ସ୍କ୍ୱାଡ୍ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା । ତେବେ ମଙ୍ଗଳବାର ଉଚ୍ଛେଦକୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା । ଏହାପରେ ଗତକାଲି ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ବୈଠକରେ ଦାବି କରିଥିଲେ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ  ।



from Odisha Reporter https://ift.tt/2RG9xih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages