ନୂଆଦିଲ୍ଲୀ: ବଜାରରେ ବିକ୍ରୀ ହେଉଛି ନକଲି ଶାଓମି ମୋବାଇଲର ଯନ୍ତ୍ରାଂଶ। ବଜାରରେ ନକଲି ଯନ୍ତ୍ରାଂଶ ବିକ୍ରୀ ହେଉଥିବା ନେଇ ମୋବାଇଲ କମ୍ପାନୀ ଶାଓମି ଥାନାରେ ଅଭିଯୋଗ କରିଥିଲା। ଏହାପରେ ଦିଲ୍ଲୀ ପୁଲିସ ବାଘ ଗଫ୍ପର ବଜାର ଉପରେ ଚଢ଼ାଉ କରି ୨ ହଜାର ନକଲି ମୋବାଇଲ ଯନ୍ତ୍ରାଂଶକୁ ଜବତ କରିଛି। ଏହି ୨ ହଜାର ନକଲି ଯନ୍ତ୍ରାଂଶର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ପୁଲିସ ନକଲି ଯନ୍ତ୍ରାଂଶ ବିକ୍ରି କରୁଥିବା ଦୋକାନୀକୁ ଗିରଫ କରିଛି। ୨ ହଜାର ନକଲି ମୋବାଇଲ ଯନ୍ତ୍ରାଂଶ ଭିତରେ ପାଓ୍ୱାର ବ୍ୟାଙ୍କ୍, ଇଅର ଫୋନ୍, ଟ୍ରାଭେଲ ଆଡପ୍ଟର ଏବଂ ଅନେକ ସ୍ମାର୍ଟଫୋନର ଯନ୍ତ୍ରାଂଶ ରହିଛି।
from Odisha Reporter https://ift.tt/2PzpYuf
No comments:
Post a Comment