ମଟ୍ରୋଲା ଲଞ୍ଚ୍ କଲା ନିଜର ପ୍ରଥମ ପପ୍‌-ଅପ୍‌ କ୍ୟାମରା ଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ମଟ୍ରୋଲା ଲଞ୍ଚ୍ କଲା ନିଜର ପ୍ରଥମ ପପ୍‌-ଅପ୍‌ କ୍ୟାମରା ଫୋନ୍

ନୂଆଦିଲ୍ଲୀ: ମଟ୍ରୋଲା ତା’ର ପ୍ରଥମ ପପ୍‌-ଅପ୍‌ କ୍ୟାମରା ଫୋନ୍‌ ଲଞ୍ଚ୍‌ କରିଦେଇଛି। ଏହି ଫୋନ୍‌ର ନାଁ ହେଉଛି One Hyper। ଏହାକୁ ଆଣ୍ଟ୍ରଏଡ୍‌ ୧୦ ସହ ଲଞ୍ଚ୍‌ କରାଯାଇଛି। ଏଥିରେ ସ୍ୟାମସଙ୍ଗ 64MP ISOCELL ବ୍ରାଇଟ୍ GW1 ସେନ୍‌ସର୍‌ ସାମିଲ୍‌ ଅଛି।

Motorola One Hyperର ମୂଲ୍ୟ $400 (ପାଖାପାଖି ୨୮ ହଜାର ୬୦୦)ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ ଡିପ୍‌ ସି ବ୍ଲୁ, ଡାର୍କ ଅମ୍ବର ଓ ଫ୍ରେଶ୍ ଅର୍କିଡ୍‌ କଲର୍‌ ଅପଶନ୍‌ରେ ମିଳିବ। ଏହି ଫୋନ୍‌ଟିର ସେଲ୍‌ ବର୍ତ୍ତମାନ ୟୁରୋପ ଓ ଲାଟିନ ଆମେରିକାର କିଛି ସ୍ଥାନରେ ଆରମ୍ଭ କରିଦିଆଯାଇଛି। ତେବେ ଭାରତରେ ଏହା କେବେ ଲଞ୍ଚ୍‌ ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ। କିନ୍ତୁ ଏହା ଶୀଘ୍ର ଲଞ୍ଚ୍‌ ହେବ ବୋଲି ଆଶା କରାଯାଉଛି।

Motorola One Hyperର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୫୦ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ ୧୦
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 675
  • ରାମ୍: 4GB
  • ଷ୍ଟୋରେଜ୍: 128GB
  • ରିୟର କ୍ୟାମେରା: 64 MP + 8MP ପପ୍‌ ଅପ୍‌ କ୍ୟାମେରା
  • ଫ୍ରଣ୍ଟ୍‌ କ୍ୟାମେରା: 32 MP ପପ୍‌ ଅପ୍‌ କ୍ୟାମେରା
  • ବ୍ୟାଟେରୀ: 4000mAh ୱିଥ୍ 45 ୱାଟ୍ ଚାର୍ଜିଂ ସପୋର୍ଟ

କମ୍ପାନୀର ସୂଚନା ମୁତାବକ ଥରେ ଚାର୍ଜ କଲେ ଫୋନ୍‌ଟି ୩୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହା ବ୍ୟତୀତ ଏହି ଫୋନ୍‌ର ଉଭୟ ଫ୍ରଣ୍ଟ ଓ ରିୟର୍‌ରେ ନାଇଟ୍-ଭିଜନ୍‌ ମୋଡ୍‌ ଦିଆଯାଇଛି ଓ ସିକ୍ୟୁରିଟି ପାଇଁ ରିୟର୍‌ରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି।



from Odisha Reporter https://ift.tt/2Pm4P6t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages