ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ସବୁଠି ଚର୍ଚ୍ଚା। ବିରୋଧୀ ଆଇନକୁ ଫେରାଇ ନେବା ପାଇଁ ଅପିଲ କରୁଥିବା ବେଳେ କେନ୍ଦ୍ର କିନ୍ତୁ ବିଲକୁ ଫେରାଇବ ନାହିଁ ବୋଲି ରୋକଠୋକ୍ କହିଛି। ସୁପ୍ରିମକୋର୍ଟରେ ବିରୋଧୀଙ୍କୁ ମଧ୍ୟ ଏହି ଆଇନ ବାବଦରେ ଚ୍ୟାଲେଞ୍ଜ କରିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିଭିନ୍ନ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସରକାରର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ, ଦିଲ୍ଲୀ ଆଦିରେ ଏହାକୁ ନେଇ ହିଂସା ଦେଖିବାକୁ ମିଳିଛି। ଆସାମରେ ଏହି ଆଇନକୁ ନେଇ ଜୋରଦାର ବିରୋଧ ପ୍ରଥମେ ହୋଇଥିଲା ହେଲେ ଏବେ ହିଂସା ପ୍ରଶମିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଅନେକ ସ୍ଥାନରେ ଇଣ୍ଚରନେଟ ସେବା ଉପରେ ରୋକ୍ ଲଗାଯିବା ସହିତ କର୍ଫ୍ୟୁ ଓ ସେନାର ଫ୍ଲାଗ ମାର୍ଚ୍ଚ ରହିଥିବା ସୂଚନା ରହିଛି। ଗୁଜବ ଉପରେ ବିଶ୍ୱାସ ନକରି ଛାତ୍ରଛାତ୍ରୀଙ୍କୁ ସିଏଏ ଆଇନ ବାବଦରେ ପଢ଼ିବାକୁ ଆହ୍ୱାନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ଗଣମାଧ୍ୟମକୁ ଅମିତ ଶାହ ଦେଇଥିବା କିଛି ପ୍ରଶ୍ନର ଉତ୍ତର ଏଠାରେ ଉଦ୍ଧୃତ କରାଯାଇଛି।
ନାଗରିକ ସଂଶୋଧନ ଆଇନ ଭାରତର କୌଣସି ନାଗରିକଙ୍କ ଉପରେ ପ୍ରଭାବ ପକାଇବ କି?
ଅମିତ ଶାହ: ନା। ଏହି ଆଇନରେ କୌଣସି ଭାରତୀୟଙ୍କ ନାଗରିକତା ହଟାଯିବନି। ନାଗରକିତା ଆଇନ ହେଉ କିମ୍ୱା ଅନ୍ୟ ଯେକୌଣସି ନିୟମରେ ମଧ୍ୟ କୌଣସି ଭାରତୀୟଙ୍କର ଅଧୀକାର କ୍ଷୁର୍ଣ୍ଣ ହେବନି। ଏହାକୁ ନେଇ ଗୁଜବ ଖବର ପ୍ରଚାର କରାଯାଉଛି। ନାଗରିକତା ସଂଶୋଧନ ଆଇନ୍ ଅନୁଯାୟୀ କୌଣସି ମୁସଲିମ୍ ସମୁଦାୟଙ୍କ ସମେତ କାହାରି ନାଗରିକତ୍ୱ ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିବନି।
ନାଗରିକତା ସଂଶୋଧନ ଆଇନ କ’ଣ ପାଇଁ ହୋଇଛି?
ଅମତି ଶାହ: ଏହି ଆଇନ୍ ୩୧ ଡିସେମ୍ୱର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସା ଏବଂ ପାର୍ସି ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ। ଏହା ବ୍ୟତୀତ ଏହି ତିନି ଦେଶରୁ ଭାରତ ଆସିଥିବା ମୁସଲିମ୍ କିମ୍ୱା ଅନ୍ୟ ବିଦେଶୀଙ୍କ ପାଇଁ ଏହି ଆଇନ୍ ନୁହେଁ।
ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସୀ ଏବଂ ଇସାଈରୁ ଆସିଥିବା ଶରଣାର୍ଥୀଙ୍କୁ କ’ଣ ଫାଇଦା ମିଳିବ?
ଅମିତ ଶାହ: ଯଦି ଏହି ଲୋକାମାନଙ୍କର ପାସପୋର୍ଟ, ଭିସା ଭଳି ଆବଶ୍ୟକ ତଥ୍ୟର ଅଭାବ କିମ୍ୱା ଏମାନେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବେ ତାହେଲେ ନାଗରିକତା ପାଇଁ ଆବେଦନ କରିବେ। ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏମାନଙ୍କୁ ନାଗରିକତ୍ୱ ଦିଆଯିବ। ଏଥିପାଇଁ ନ୍ୟନତମ ୬ ବର୍ଷ ଭାରତରେ ରହିଥିବା ଆବଶ୍ୟକ। ତେବେ ଅନ୍ୟ ଲୋକମାନଙ୍କ ପାଇଁ ନ୍ୟନତମ ୧୧ ବର୍ଷ ଭାରତରେ ରହିବା ଅନିର୍ବାର୍ଯ୍ୟ।
ଏହାକ ଅର୍ଥ କଣ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନରୁ ଆସିଥିବା ମୁସଲିମ୍ କ’ଣ ଭାରତର ନାଗରିକତା କେବେ ପାଇପାରିବେ ନାହିଁ?
ଅମିତ ଶାହ: ନା। ନାଗରିକତା ଆଇନ ସେକ୍ସନ ୬ ଆଧାରରେ କୌଣସି ବିଦେଶୀ ବ୍ୟକ୍ତି ନେଚରଲାଇଜେଶନ ପ୍ରକ୍ରିୟାରେ ଭାରତୀୟ ନାଗିରକତା ହାସଲ କରିବାର ପ୍ରାବଧାନ ରହିଛି। ଏଥିସହିତ ଆଇନର ସେକ୍ସନ ୫ ଅନୁଯାୟୀ ରେଜିଷ୍ଟ୍ରେସନ କରିହେବ। ଏବେ ଏହି ଦୁଇଟି ଯାକ ଆଇନରେ କୌଣସି ପରିବର୍ତ୍ତନ ହୋଇନି। ପୂର୍ବରୁ ମଧ୍ୟ ଏହି ତିନି ଦେଶରୁ ଆସିଥିବା ଶହ ଶହ ମୁସଲିମଙ୍କୁ ଏହି ଆଇନ ଆଧାରରେ ନାଗରିକତା ପ୍ରଦାନ କରାଯାଇଛି। ଭବିଷ୍ୟତରେ ଯଦି ଏମାନେ ଦେଶର ନାଗରିକତ୍ୱ ପାଇଁ ଯୋଗ୍ୟ ବିବେଚିତ ହେବେ ତାହେଲେ ନାଗରିକତା ମିଳିବ। ସେତେବେଳେ କୌଣସି ଧର୍ମ କିମ୍ୱା ଦେଶରେ ତାଙ୍କର ସଂଖ୍ୟା ବାବଦରେ ଗଣତି ହେବ ନାହିଁ। ୨୦୧୪ର ସଂଖ୍ୟା ଅନୁସାରେ ଭାରତ-ବାଂଲାଦେଶ ସୀମା ନିର୍ଦ୍ଧାରଣ ହେବା ପରେ ୧୪, ୮୬୪ ବାଂଲାଦେଶ ଲୋକଙ୍କୁ ଭାରତ ନାଗରିକତା ଦେଇଛି। ଏଥିମଧ୍ୟରୁ ହଜାରରେ ଅଧିକ ମୁସଲିମ୍ ସମୁଦାୟ ରହିଛନ୍ତି।
ସିଏଏ ଆଇନ ଅନୁଯାୟୀ ଏହି ତିନି ଦେଶରୁ ଯଦି ବେଆଇନ ଭାବରେ ମୁସଲିମ୍ ଭାରତ ଆସିଥିବେ ସେମାନଙ୍କୁ କ’ଣ ଫେରାଇ ଦିଆଯିବ?
ଅମିତ ଶାହ: ନା। ସିଏଏ ଆଧାରରେ କୌଣସି ବିଦେଶୀ ନାଗରିକଙ୍କୁ ଭାରତ ବାହାରକୁ ଫେରାଯିବ ବାବଦରେ କୌଣସି ନେଣଦେଣ ନାହିଁ। କୌଣସି ବିଦେଶୀ ନାଗରିକଙ୍କୁ ଦେଶ ବାହାରକୁ ପଠାଇବା ପାଇଁ, ସିଏ କୌଣସି ଧର୍ମର ହୁଅନ୍ତୁ ଅଥବା ଦେଶର, ଫରେନସିକ୍ ଆକ୍ଟ ୧୯୪୬/ ନଚେତ ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ୍ ୧୯୨୦ ଅନୁଯାୟୀ ନିୟମ ପାଳନ କରାଯାଏ। ଏହି ଆଇନ ଆଧାରରେ କୌଣସି ଧର୍ମର ଜଣେ ବିଦେଶୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ସେମାନେ ଭାରତରେ ଭ୍ରମଣ କରି କେବେ ବି ନିଜ ଦେଶକୁ ଫେରି ପାରିବେ।
ଜଣେ ନାଗରିକ ଯେତେବେଳେ ଅନ୍ୟ ଦେଶକୁ ଯାଏ ସେତେବେଳେ ତାଙ୍କ ଦେଶର ଦୂତବାସ ଆବଶ୍ୟକ ଦସ୍ତାବିଜ୍ ରଖିଥାଏ। ଫଳରେ ସେମାନେ ଯେବେ ସ୍ୱଦେଶ ଫେରିବେ ସେହି ଦୂତବାସ ସମସ୍ତ ଦସ୍ତାବିଜ ଦେଖିବା ପରେ ତାଙ୍କ ଦେଶର ନାଗିରକଙ୍କୁ ଗ୍ରହଣ କରିବାକୁ ବାଧ୍ୟ। ଏଥିରେ କୌଣସି ଭେଦଭାବ ନାହିଁ।
ଏହି ତିନି ଦେଶ ବ୍ୟତୀତ ଅନ୍ୟ ଦେଶରେ ଧାର୍ମିକ ଆଧାରରେ ଭେଦଭାବ ରଖୁଥିବା ଲୋକଙ୍କୁ କଣ ସିଏଏ ଆଧାରରେ ନାଗରିକତ୍ୱ ମିଳିପାରିବ?
ଅମିତ ଶାହ: ନା। ଭାରତରେ ନାଗିରକାତା ପାଇବା ପାଇଁ ହେଲେ ଅନେକ ନିୟମକୁ ପାଳନ କରିବାକୁ ହେବ। ସଙ୍ଗେସଙ୍ଗେ ନାଗରିକତ୍ୱ ମିଳିବ ନାହିଁ। ନାଗରିକତ୍ୱ ପାଇବା ପାଇଁ ପଞ୍ଜିକରଣ କରିବାକୁ ପଡ଼ିବ ନହେଲେ ନିୟମ ଅନୁଯାୟୀ ଭାରତରେ ରହିବାକୁ ପଡ଼ିବ। ସିଏଏ ଆଇନ ଲାଗୁ ହେବା ପରେ ବି ଦ ସିଟିଜେନସିପ୍ ଆକ୍ଟ, ୧୯୫୫ ଆଧାରରେ କୌଣସି ପ୍ରାଥମିକତା ଦିଆଯିବ ନାହିଁ।
ନାଗରିକତା ସଂଶୋଧନ ଆଇନ ଅନୁଯାୟୀ କଣ ଭାରତୀୟ ମୁସଲିମ୍ ମାନଙ୍କୁ ଦେଶର ନାଗରିକତ୍ୱ ଫେରାଇ ନିଆଯିବ?
ଅମିତ ଶାହ: ନାଗରିକତା ସଂଶୋଧନ ଆଇନ୍ କୌଣସି ଭାରତୀୟଙ୍କ ନାଗରିକତ୍ୱ ନେବନି। ସମସ୍ତ ଦେଶବାସୀ ନାଗରିକତ୍ୱ ପାଇବା ମୂଳ ଅଧୀକାର। ଏହାର ଗ୍ୟାରେଣ୍ଟି ଭାରତର ସମ୍ୱିଧାନ ଦିଏ।
ନାଗିରକତା ସଂଶୋଧନ ଆଇନ ପରେ ଏନଆରସି ଆସିବ ଏବଂ ମୁସଲିମଙ୍କୁ ବାଦ୍ ଦେଇ ସମସ୍ତ ପ୍ରବାସୀଙ୍କୁ ନାଗରିକତ୍ୱ ଦେଇ ମୁସଲମାନଙ୍କୁ ଦେଶ ବାହାରକୁ କିମ୍ୱା କୌଣସି ଶିବିରକୁ ପଠାଇ ଦିଆଯିବ କି?
ଅମିତ ଶାହ: ନାଗରିକତା ସଂଶୋଧନ ଆଇନ ଓ ଏନଆରସି ମଧ୍ୟରେ କୌଣସି ନେଣଦେଣ ନାହିଁ। ଏନଆରସି ଧର୍ମ ଆଧାରରେ ନାଗରିକତ୍ୱ ପରିଚୟ ଦିଏ ନାହିଁ। ଏନଆରସି ଆଧାରରେ ଜଣେ ଦେଶର ନାଗରିକତ୍ୱ ବୋଲି ପରିଚୟ ନପାଇଲେ ସେ ଦେଶ ବାହାରକୁ ଯିବାକୁ ବାଧ୍ୟ। ଏନଆରସି ମୁସଲମାନଙ୍କ ପାଇଁ ହୋଇଛି କହିବା ଭୁଲ୍। ଏନଆରସିର ପ୍ରାବଧାନ ଡିସେମ୍ୱର ୨୦୦୪ରୁ ନାଗରିକତା ଆଇନ୍, ୧୯୫୫ ନାଗରିକତା ଆଇନର ଅଂଶ। ଭାରତୀୟ ନାଗରିକଙ୍କ ପଞ୍ଜିକରଣ ଏବଂ ସେମାନଙ୍କ ନାଗରିକତ୍ୱ ପରିଚୟ ପତ୍ର ଜାରି କରିବା ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଏହି ଆଇନର ପ୍ରାବାଧାନ ଦୀର୍ଘ ୧୫-୧୬ ବର୍ଷ ତଳେ ରହିଛି। ସିଏଏ ଏଥିରେ କୌଣସି ପରିବର୍ତ୍ତନ କରିନି।
କେଉଁ ସରକାର ଏହି ନାଗରିକତା ସଂଶୋଧନ ଆଇନ ଆଣିଥିଲାଲ?
- ୧୯୮୫ରେ ଆସାମ ରାଜିନାମା ହେଲା। ସେତେବେଳେ ଏନଆରସି ବାବଦରେ ଆଲୋଚନା ହୋଇଥିଲା। ଏହାପରେ ନାଗରିକତା ଆଇନ ୧୯୫୫ ଆଇନର ଧାରା ୧୪ କ୍ଲଜ ୧୪ (ଏ) ଡିସେମ୍ୱର ୩ରେ ଏହି କ୍ଲଚ ଯୋଡ଼ା ହେଲା। ସେତେବେଳେ ୟୁପିଏ ସରକାର ଥିଲା। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ। ଏହାପରେ ୯ ନଭେମ୍ୱର ୨୦୦୯ରେ ରୁଲ୍ ୪ ଯୋଡ଼ା ହେଲା ଫଳରେ ଏନଆରସି ମାଧ୍ୟମରେ ଦେଶର ନାଗରିକ ଗଣନା କରିବା ପାଇଁ। କଂଗ୍ରେସ ଏବେ ନିଜେ ନିୟମ ତିଆରି କରି ବିଜେପି ସରକାର ଉପରେ ପ୍ରଶ୍ନ କରୁଛି। ଆଇନ କଣ ସୋ କେଶ ପାଇଁ ରଖା ଯାଇଥିଲା କି? ଯଦି ଆବଶ୍ୟକ ନଥିଲା ତାହେଲେ କଂଗ୍ରେସ ସରକାର କାହିଁକି ନିୟମ ତିଆରି କରିଥିଲା?
ନାଗରିକତା ଆଇନକୁ ନେଇ କିଏ କ’ଣ କହିଥିଲେ?
- ଲିଆକତ ଚୁକ୍ତି ଅନୁଯାୟୀ ୧୯୫୦ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଓ ଲିଆକତ ଅଲ୍ଲୀ ଖାନଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଯେଉଁଥିରେ ଦୁଇ ଦେଶ ଅଲ୍ପ ସଂଖ୍ୟକ ମାନଙ୍କୁ ସୁରକ୍ଷା ଦେବେ ବୋଲି କହିଥିଲେ। ସେତେବେଳେ ପାକିସ୍ତାନର ୨୩ ପ୍ରତିଶତ ଏବଂ ପୂର୍ବ ପାକିସ୍ତାନ(ବାଂଲାଦେଶ)ରେ ୩୦ ପ୍ରତିଶତ ହିନ୍ଦୁ ଥିଲେ। ଆଜି ପାକିସ୍ତାନରେ ୩ ପ୍ରତିଶତ ହିନ୍ଦୁ ରହିଛନ୍ତି। କୁଆଡ଼େ ଗଲା ଏମାନଙ୍କ ସଂଖ୍ୟା? ପଡ଼ୋଶୀ ଦେଶରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା କମୁଥିବା ଦେଖି ପଣ୍ଡିତ ଜବାହର ଲାଲ ନେହେରୁ ସ୍ୱତନ୍ତ୍ରତା ଦିବସ ଅବସରରେ କହିଥିଲେ, ସ୍ୱତନ୍ତ୍ରତା ଦିବସ ଅବସରେ ଯେଉଁମାନେ ଆମର ହୋଇ ମଧ୍ୟ ଏହି ଅବସରରେ ଆମ ପାଖରେ ନାହାନ୍ତି। ଏ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ। ଯାହା ହେଉ ସେମାନେ ଆମର। ଆମେ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବୁ। ସେମାନେ ଯେବେ ଚାହିଁବେ ଆମେ ସେମାନଙ୍କୁ ଗ୍ରହଣ କରିବୁ।
- ରାଜେନ୍ଦ୍ର ପ୍ରସାଦ ଶପଥ ଗ୍ରହଣ ବେଳେ କହିଥିଲେ ଆମେ ବିସ୍ଥାପିତ ମାନଙ୍କୁ ଦେଶରେ ନାଗରିକତ୍ୱ ଦେବା ପାଇଁ ବ୍ୟଗ୍ର ରହିଛୁ। ସେମାନେ ଏବେ ଅନେକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ସେମାନେ ଯେବେ ବି ଭାରତ ଆସିବେ ସେମାନଙ୍କୁ ଆମେ ନାଗରିକତ୍ୱ ଦେବୁ।
- କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପ୍ରସ୍ତାବ ୨୫ ନଭେମ୍ୱର ୧୯୪୭: କଂଗ୍ରେସ ପାକିସ୍ତାନରେ ଥିବା ଅଣ ମୁସଲିମଙ୍କୁ ସୁରକ୍ଷା ଦେବା ପାଇଁ ବାଧ୍ୟ। ଯେଉଁମାନେ ଭାରତ ଆସିସାରିଛନ୍ତି ଏବଂ ଭାରତ ଆସିବା ପାଇଁ ଚାହୁଁଛନ୍ତି।
- ୭ ଜୁଲାଇ ୧୯୪୭ ମହାତ୍ମାଗାନ୍ଧି: ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ ଯଦି ସେଠାରେ ନରହିବା ପାଇଁ ଚାହୁଁଛନ୍ତି ତାହେଲେ ସେମାନେ ବିନାଦ୍ୱିଧାରେ ଭାରତ ଆସିପାରିବେ। ସେମାନଙ୍କୁ ସୁରକ୍ଷା, ଜାଗା, ରୋଜଗାର ଦେବା ଭାରତ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ।
- ୧୮ ଡିସେମ୍ୱର ୨୦୦୩ ମନମୋହନ ସିଂହ: ବାଂଲାଦେଶରୁ ରହୁଥିବା ଅଳ୍ପ ସଂଖ୍ୟକ ଉତ୍ପୀଡନର ଶିକାର ହେଉଛନ୍ତି। ଯଦି ସ୍ଥିତି ଏମିତି ଉପୁଜୁଛି ତାହେଲେ ସରକାର ସେମାନଙ୍କୁ ନାଗରିକତ୍ୱ ଦେବା ବାବଦରେ ଚିନ୍ତା କରିବା ଦରକାର।
- ଅଶୋକ ଗେହଲଟ, ୨୦୦୯: ଗୃହମନ୍ତ୍ରୀ ଚିଦାମ୍ୱରମଙ୍କୁ ଆଜିର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଚିଠି ଲେଖି କହିଥିଲେ, ପାକିସ୍ତାନରୁ ଆସିଥିବା ହିନ୍ଦୁ ଓ ଶିଖ ସମୁଦାୟର ବିସ୍ଥାପିତ ଲୋକଙ୍କୁ ନାଗରିକତା ଦିଆଯାଉ।
from Odisha Reporter https://ift.tt/2r7ztsi
No comments:
Post a Comment