ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆସାମର ଗୌହାଟୀରେ ବ୍ରହ୍ମପୁରସ୍ଥିତ ଦ୍ୱିତୀୟ ଓଡ଼ିଶା ବାଟାଲିଅନର ୬୫ଜଣ ଏନ୍ସିସି କ୍ୟାଡେଟ ଫସି ରହିଛନ୍ତି। ସେମାନେ ଡିସେମ୍ୱର ୧୧ରୁ ୧୪ ତାରିଖ ଯାଏ ସିଲଂଠାରେ ହେବାକୁ ଥିବା ନଦର୍ଣ୍ଣ ଇଷ୍ଟର୍ଣ୍ଣ ରିଜନ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାର ଥିଲା। ତେଣୁ ସେମାନେ ଗତ ୯ ତାରିଖ ରାତିରେ ବ୍ରହ୍ମପୁର ଷ୍ଟେସନରୁ ଟ୍ରେନ୍ରେ ବାହାରି ୧୧ ତାରିଖରେ ଆସାମର ଗୌହାଟୀରେ ପହଞ୍ଚିଥିଲେ।
ହେଲେ ସିଏଏକୁ ନେଇ ମେଘାଳୟର ସିଲଂରୁ ଗୌହାଟୀ ମଧ୍ୟରେ ବହୁସ୍ଥାନରେ ପୋଡ଼ାଜଳା ଓ କର୍ଫ୍ୟୁ ଲାଗିଥିବା ହେତୁ ସେଠାରୁ ସିଲଂ ଯିବା ପାଇଁ ଆଉ ଟ୍ରେନ୍ର ସୁବିଧା ନଥିଲା। ତେଣୁ ସମସ୍ତ ଛାତ୍ରଙ୍କୁ ନିକଟସ୍ଥ ଏକ ଆର୍ମି ଟ୍ରାନଜିଟ୍ କ୍ୟାମ୍ପରେ ରଖାଯାଇଥିଲା। ଏହାପରେ ୧୪ ତାରିଖରେ ସମସ୍ତ ଛାତ୍ରଙ୍କୁ ପ୍ରି-ଆରଡିସି କ୍ୟାମ୍ପକୁ ପଠାଯାଇଥିଲା। ସେଠାରେ ବର୍ତ୍ତମାନ ଛାତ୍ରମାନେ ଅଛନ୍ତି।
ଆସନ୍ତା କାଲି ଅର୍ଥାତ ୧୯ ତାରିଖରେ ଛାତ୍ରମାନେ ଫେରିବା ନେଇ ଟିକେଟ୍ ରିଜର୍ଭେସନ୍ ହୋଇଥିବା ବେଳେ ଆସନ୍ତାକାଲି ଗୌହାଟୀରୁ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ ହୋଇଛି। ତେବେ ସମସ୍ତ ଛାତ୍ର ସୁରକ୍ଷିତ ଥିବା ଚିଫ୍ ଅପରେଟିଂ ଅଫିସର ଗୋପାଳ ମିଶ୍ର ସୂଚନା ଦେଇଛନ୍ତି। ଖୁବଶୀଘ୍ର ସମସ୍ତ ଛାତ୍ର ଓଡ଼ିଶା ଫେରିବେ ବୋଲି ସେ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2Q2XBou
No comments:
Post a Comment