ନୂଆଦିଲ୍ଲୀ: ଆରବିଆଇ ସମସ୍ତଙ୍କ ଆଶାରେ ପାଣି ପକାଇ ରେପୋ ରେଟ୍କୁ ୫.୧୫%ରେ ସ୍ଥିର ରଖିଛି। ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଇବା ଓ ଅଭିବୃଦ୍ଧି ହାର ୪.୫%ରେ ପହଞ୍ଚିଥିବାରୁ ଆରବିଆଇ ଏଥର ରେପୋ ରେଟ୍କୁ ଆହୁରି ହ୍ରାସ କରିବ ବୋଲି ଅର୍ଥନୀତିକ ବିଶାରଦମାନେ ଆଶା କରିଥିଲେ। ହେଲେ ଆରବିଆଇ ସମସ୍ତଙ୍କୁ ନିରାଶ କରିଛି। ସେହିପରି ରିଭର୍ସ ରେପୋ ରେଟ୍ ମଧ୍ୟ ୪.୯୦%ରେ ସ୍ଥିର ରହିଛି।
ଜାନୁଆରୀ ମାସ ଠାରୁ ପ୍ରାୟ ୫ ଥର ଆରବିଆଇ ରେପୋ ରେଟ୍ ହ୍ରାସ କରି ଚାଲିଛି। ତଥାପି ଏହା ଅର୍ଥନୀତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ। ଆଜିର ସମୀକ୍ଷା ବୈଠକରେ ମଧ୍ୟ ରେପୋ ରେଟ୍ ହ୍ରାସ ସମ୍ପର୍କରେ ମତ ପ୍ରକାଶ ପାଇଥିଲେ। ତେବେ ଶେଷରେ ଆରବିଆଇର ୬ ଜଣିଆ ମୁଦ୍ରାନୀତି କମିଟି ଏହା ବିରୋଧରେ ଭୋଟ ଦେଇଥିଲେ। ଏହାପରେ ସର୍ବସମ୍ମତିକ୍ରମେ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖାଯାଇଥିଲା।
ଅନ୍ୟପକ୍ଷରେ ପୂର୍ବରୁ ଦେଶର ଜିଡିପି ୬.୧ ପ୍ରତିଶତ ରହିବ ବୋଲି କହୁଥିବା ଆରବିଆଇର ମୁଦ୍ରାନୀତି କମିଟି ଏବେ ଏହାକୁ ୫% ରହିବ ବୋଲି ପୂର୍ବାନୁମାନ କରିଛି। ଆରବିଆଇ ପକ୍ଷରୁ କୁହାଯାଇଛି ଯେ “ସେକେଣ୍ଡ କ୍ୱାଟରରେ ଜିଡିପି ଅଭିବୃଦ୍ଧି ଆକଳନ ଠାରୁ ବହୁତ କମ ରହିଛି। ଘରୋଇ ଓ ବିଦେଶୀ ମାର୍କେଟରେ ଲୋକଙ୍କ ଚାହିଦା ଅତ୍ୟନ୍ତ ଦୁର୍ବଳ ରହିଛି। ତେଣୁ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ୁଛି ଏବଂ ଜିଡିପି ଅଭିବୃଦ୍ଧି ହ୍ରାସ ପାଉଛି।”
ଭାରତରେ ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନଥାଏ। କାରଣ ଆମେ ଟଙ୍କା ଜମା କରିବା, ଉଠାଇବା ବା କୌଣସି ବ୍ୟାଙ୍କିଙ୍ଗ କାରବାର କରିବା ପାଇଁ ଆରବିଆଇ ବଦଳରେ ଅନ୍ୟାନ୍ୟ କମର୍ସିଆଲ ବ୍ୟାଙ୍କକୁ ଯାଇଥାଉ।
ଆମର ଜରୁରୀ ହେଲେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ସେମାନେ ମଧ୍ୟ ଋଣ କରନ୍ତି। ଆଉ ସେମାନଙ୍କୁ ଆରବିଆଇ ଋଣ ଦିଏ। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ।
from Odisha Reporter https://ift.tt/361Mv9s
No comments:
Post a Comment