ବରାଳ ପରିବାରର ପ୍ରଶଂସନୀୟ ପଦକ୍ଷେପ; ଦୂର ହେଲା ଗାଁର ପିଇବା ପାଣି ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ବରାଳ ପରିବାରର ପ୍ରଶଂସନୀୟ ପଦକ୍ଷେପ; ଦୂର ହେଲା ଗାଁର ପିଇବା ପାଣି ସମସ୍ୟା

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଲୋକଙ୍କ ଦୀର୍ଘ ଦିନର ପିଇବା ପାଣି ସମସ୍ୟା ଦୂର ହୋଇଛି। ଏବେ ସେମାନେ ବିଶୁଦ୍ଧ ପାଣି ପିଇ ପାରୁଛନ୍ତି। କାରଣ ନିକଟରେ ଗାଁରେ ଏକ ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ଲାଗିଛି। ଗାଁର ବିଶ୍ୱଜିତ୍ ବରାଳ ଓ ତାଙ୍କ ତିନି ଭାଇ ମିଶି ଏହି ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ବସାଇଛନ୍ତି। ବାପା ବୈକୁଣ୍ଠ ବରାଳଙ୍କ ସ୍ମୃତିରେ ସେମାନେ ଏହାକୁ ଲଗାଇଥିବା ବେଳେ ଗାଁ ଲୋକେ ବେଶ୍ ଉପକୃତ ହେଉଛନ୍ତି।

ସ୍ୱର୍ଗତ ବୈକୁଣ୍ଠ ବରାଳଙ୍କ ପୁଅମାନେ ତାଙ୍କ ସ୍ମୃତିରେ ଅଲଗା କିଛି ବି କରିପାରିଥା’ନ୍ତେ। କିନ୍ତୁ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। କାରଣ ଗାଁରେ ଥିବା କୂଅ, ନଳକୂଅର ପାଣି ଭଲ ନୁହେଁ। ଏହି ପାଣି ପିଇ ଗାଁର କିଛି ଲୋକଙ୍କ କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ହୋଇଛନ୍ତି। ଏମିତିକି ଏହି ପାଣି ପିଇବା ଯୋଗୁ ଗାଁର ଚାରି ପାଞ୍ଚ ଜଣଙ୍କ ମୃତ୍ୟୁ ବି ଘଟିଛି। ତେଣୁ ବିଶ୍ୱଜିତ୍ ଓ ତାଙ୍କ ଭାଇମାନେ ଲୋକଙ୍କ ପାଇଁ ଫିଲ୍‌ଟର୍ ପାଣିର ବ୍ୟବସ୍ଥା କରିବାକୁ ଚାହିଁଲେ। ଏଥିପାଇଁ ସେମାନେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏହି ୱାଟର ପ୍ୟୁରିଫାୟର ଟ୍ୟାଙ୍କ ଘଣ୍ଟାକୁ  ୫୦୦ ଲିଟର ବିଶୁଦ୍ଧ ପାଣି ଯୋଗାଉଥିବା ବେଳେ ଲୋକଙ୍କୁ ଏଥିପାଇଁ ପଇସା ବି ଦେବାକୁ ପଡ଼ୁନି।

ଏନେଇ ବିଶ୍ୱଜିତ୍ ବରାଳ କହିଛନ୍ତି, “ ଆମ ଗାଁରେ ବିଶୁଦ୍ଧ ପିଇବା ପାଣିର ବହୁତ ଅସୁବିଧା ଥିଲା। ଆଗରୁ ଲୋକେ ଫିଲ୍‌ଟର୍‌ ପାଣି ପିଇ ପାରୁ ନଥିଲେ। ଯଦ୍ୱାରା ଆମ ଗାଁରେ କିଡ୍‌ନୀ ରୋଗୀ ରହିଛନ୍ତି। ଏମିତିକି ୪ରୁ ୫ ଜଣ ଯୁବକଙ୍କର କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଛି। ତେଣୁ ଗାଁରେ ଫିଲ୍‌ଟର୍‌ ପାଣିର ବ୍ୟବସ୍ଥା କରିବା ପାଇଁ ଆମେ ଚାରି ଭାଇ ଚିନ୍ତା କରିଥିଲୁ। ଭୁବନେଶ୍ୱର ଗ୍ଲୋବାଲ୍ ମାର୍କେଟିଂ କୋଅପରେସନ୍ ସହ ଯୋଗାଯୋଗ କରି ପାଣିକୁ ପରୀକ୍ଷା କରି ମେସିନ୍‌ ଆଣି ଗାଁରେ ଲଗାଇଛୁ। ଏବେ ଲୋକେ ଭଲ ପାଣି ପିଇ ପାରୁଛନ୍ତି। ଗାଁ ଲୋକ ସମସ୍ତ ଉତ୍ସାହର ସହ ଏଠୁ ଆସି ପାଣି ନେଉଛନ୍ତି। ଏହା ଆମକୁ ଖୁସି ଦେଉଛି।”

ଗାଁର ଲେଭାବତୀ ଭୂୟାଁ କହିଛନ୍ତି, “ଆମ ଗାଁରେ ଆଗରୁ ପିଇବା ପାଣିର ବହୁତ ଅସୁବିଧା ହେଉଥିଲା। ଖରାଦିନେ ନଳକୂପରୁ ପାଣି ବାହାରୁ ନଥିଲା। ଏବେ ଗାଁରେ ୱାଟର ପ୍ୟୁରିଫାୟର ଟ୍ୟାଙ୍କ ବସିଲା ପରେ ଲୋକେ ବହୁତ ଉପକୃତ ହେଉଛନ୍ତି।”

ଗାଁର ସ୍କୁଲ୍ ପାଖକୁ ଲାଗି ଏହି ପ୍ରକଳ୍ପଟି ତିଆରି ହୋଇଛି। ତେଣୁ ସ୍କୁଲ୍ ପିଲାଏ ବି ଏଥିରୁ ଉପକୃତ ହେଉଛନ୍ତି। ଆଗରୁ ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା ନଥିଲା। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଲା ପରେ ନଳକୂପରୁ ପାଣି ପିଉଥିଲେ। ଏବେ ପିଲାମାନେ ଖାଇ ସାରିବା ପରେ ଫିଲ୍‌ଟର୍‌ ପାଣି ପିଇବାକୁ ପାଉଛନ୍ତି।

ଶୁଭଙ୍କର ବେହେରା ନାମକ ଜଣେ ଛାତ୍ର କହିଛନ୍ତି, “ଆମ ସ୍କୁଲ୍‌ ପାଖରେ ଥିବା ନୂଳକୂପ ପାଣିରେ ଲୁହା ଗୁଣ୍ଡ ବାହାରୁଥିଲା। ଆମକୁ ପାଣି ପିଇବାକୁ ଭଲ ଲାଗୁ ନଥିଲା। ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ଲାଗିବା ପରେ ପାଣି ପିଇବାକୁ ଆଉ ଅସୁବିଧା ହେଉନି।”

 



from Odisha Reporter https://ift.tt/2ORxWPX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages