ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଭାରତୀୟ ବଂଶୋଦ୍ଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଭାରତୀୟ ବଂଶୋଦ୍ଭବ

ଓ୍ୱାଶିଂଟନ: ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ରାଷ୍ଟ୍ରପତି ପଦବୀ ପାଇଁ ପ୍ରମୁଖ ଦାବିଦାର ଥିବା କାଲିଫୋର୍ଣ୍ଣିଆର ଡେମୋକ୍ରାଟିକ ସାଂସଦ କମଲା ହାରିଶ ଏବେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ୫୫ ବର୍ଷୀୟ ଏହି ଭାରତୀୟ ବଂଶୋଦ୍ଭବ ଆଜି ଏହା ଘୋଷଣା କରିଛନ୍ତି। ବିଭିନ୍ନ ସର୍ଭେ ସଂସ୍ଥା ଦ୍ୱାରା ହୋଇଥିବା ସର୍ବେକ୍ଷଣରେ ନିଜର ଲୋକପ୍ରିୟତା କମୁଥିବା ଦେଖିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ହାରିଶ।

ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଚଳିତ ବର୍ଷ ଜାନୁଆରୀ ମାସରେ ଘୋଷଣା କରିଥିଲେ। ନିଜ ନିର୍ବାଚନ ମଣ୍ଡଳୀ କାଲିଫର୍ଣ୍ଣିଆର ଅକଲାଣ୍ଡରେ ସେ ନିଜ ସମର୍ଥକଙ୍କ ଗହଣରେ ଏହି ଘୋଷଣା କରିଥିଲେ। ଏହାପରେ ଆମେରିକାର ଏହି ଶୀର୍ଷ ପଦବୀ ପାଇଁ ସେ ପ୍ରମୁଖ ଦାବିଦାର ବୋଲି ଆକଳନ କରାଯାଉଥିଲା। ଏମିତିକି ନିର୍ବାଚନୀ ଖର୍ଚ୍ଚ ପାଇଁ ସେ ନିଜ ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ଦ୍ୱାରା ୨.୩ କୋଟି ଡଲାର ସଂଗ୍ରହ କରିଥିଲେ।



from Odisha Reporter https://ift.tt/2Lk9HHX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages