ଭାଙ୍ଗିଗଲା ଷ୍ଟିଫ୍ ପିନ୍; ଷ୍ଟେଶନରେ ଅଟକିଛି ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ଭାଙ୍ଗିଗଲା ଷ୍ଟିଫ୍ ପିନ୍; ଷ୍ଟେଶନରେ ଅଟକିଛି ଟ୍ରେନ୍‌

ରାଉରକେଲା (ପବନ ତିୱାରୀ):ରାଉରକେଲା ଷ୍ଟେସନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଛି  ଅଟକି ରହିଛି ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍। ଏହି ଟ୍ରେନ୍‌ର S-4 ବଗିରେ କିଛି ତ୍ରୁଟି ଥିବା ଜଣାଯାଇଛି।

ଟ୍ରେନର୍ ଷ୍ଟିଫ୍ ପିନ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆଜି ଏହି ଟ୍ରେନ୍‌ଟି ସକାଳ ୬ଟା ୩୦ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ହେଲେ ଷ୍ଟେସନରେ ଯାଞ୍ଚ ବେଳେ ଏସ-୪ ବଗିରେ ତ୍ରୁଟି ଥିବା ଜଣାପଡ଼ିଥିଲା।

ଟ୍ରେନ୍‌କୁ ଷ୍ଟେସନରେ ଅଟକାଇ ମରାମତି କାମ ଚାଲିଛି। ଘଟଣାସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀ ପହଞ୍ଚି ତଦାରଖ କରୁଛନ୍ତି। ତେବେ ଅନେକ ସମୟ ହେଲା ଟ୍ରେନ୍ ଅଟକି ରହିଥିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଏଣେ ଏ ତ୍ରୁଟି ପରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବହୁ ସଂଖ୍ୟାରେ ଟ୍ରେନ୍ ଯାତ୍ରୀ।



from Odisha Reporter https://ift.tt/2YezTcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages