ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ପୁଲିସ୍ର ବର୍ବରତା ଉପରେ ତାଳି ପକାଇବାକୁ ଉଦ୍ୟମ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ରବିବାର ପୁଲିସ୍ ଛାତ୍ରଛାତ୍ରୀଙ୍କ ଉପରେ କରିଥିବା ଜୁଲମର ନିଆଁ ସାରା ଦେଶରେ ଦେଖିବାକୁ ମିଳିଛି। ବିବାଦ ବଢ଼ିବାରୁ ପୁଲିସ୍କୁ ଘଣ୍ଟ ଘୋଡ଼ାଇବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଣ୍ଟା ଭିଡ଼ିଛି।
ଜାମିଆରେ ପୁଲିସ୍ ଦମନଲୀଳା ଚଳାଇଥିବା ବେଳେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ଏପରି କି ଏଥିରେ ୨ ଜଣ ଛାତ୍ର ଓ ଜଣେ ବାହାର ଲୋକ ଆହତ ହୋଇଥିଲେ। ସଫଦରଜଙ୍ଗ ହସ୍ପିଟାଲର ଡାକ୍ତର ଗୁପ୍ତା ମଧ୍ୟ ଗଣମାଧ୍ୟମ ଆଗରେ ଜଣେ ଛାତ୍ରଙ୍କ ଛାତିରେ ବୁଲେଟ ମାଡ଼ ହୋଇଥିବା କହିଥିଲେ। ସେହିପରି ଜଣେ ସାଧାରଣ ଲୋକଙ୍କ ଗୋଡ଼ରେ ଗୁଳି ମାଡ଼ ହୋଇଥିବା ସେ ଖୋଲାଖୋଲି ଭାବେ କହିଛନ୍ତି।
ଏହା ସତ୍ତ୍ୱେ ଦିଲ୍ଲୀ ପୁଲିସ୍ ଜାମିଆ ଆନ୍ଦୋଳନ ବେଳେ କୌଣସି ପ୍ରକାରର ଗୁଳି ଚଳାଇ ନଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାମିଆ ହିଂସା ସମ୍ପର୍କରେ କୁହାଯାଇଛି ଯେ “ଆନ୍ଦୋଳନ ବେଳେ ପୁଲିସ କୌଣସି ପ୍ରକାରର ଗୁଳି ଚଳାଇ ନାହିଁ। ଜାମିଆ ହିଂସା ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି। ଏହି ୧୦ ଜଣଙ୍କ ଅପରାଧିକ ରେକର୍ଡ ରହିଛି। ଘଟଣାରେ ସାମିଲ ଥିବା ସମସ୍ତ ଅସାମାଜିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।”
from Odisha Reporter https://ift.tt/2YTeCp7
No comments:
Post a Comment