ତିନି ଦିନ ତଳେ ବୁଡ଼ି ଯାଇଥିଲେ; ଆଜି ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ତିନି ଦିନ ତଳେ ବୁଡ଼ି ଯାଇଥିଲେ; ଆଜି ମିଳିଲା ମୃତଦେହ

ଯାଜପୁର (ଗୁଲାମ ଗସ୍‌): ଯାଜପୁର ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇଠାରେ ବୁଡ଼ି ଯାଇ ନିଖୋଜ ଥିବା ନାବଳିକାଙ୍କ  ମୃତଦେହ ଆଜି ଉଦ୍ଧାର କରାଯାଇଛି। ବିଂଝାରପୁର ଥାନା ଏରଡ଼ା ଅଞ୍ଚଳରୁ ଓଡ୍ରାଫ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଦୁଇ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ ଓ ସାଇସ୍ତା ବେଗମ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଫଟୋ ଉଠାଉଥିବା ବେଳେ ସେମାନଙ୍କ ଗୋଡ ଖସି ଯାଇଥିଲା। ଉଭୟ ନଦୀରେ ବୁଡି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ନିଖୋଜ ହୋଇଯାଇଥିଲେ। ଆଜି ସକାଳେ ଓଡ୍ରାଫ ଟିମ୍‌ ଏରଡ଼ା ଅଞ୍ଚଳରୁ ସାଇସ୍ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।



from Odisha Reporter https://ift.tt/38KlOZ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages