ରେଳ ବିଭାଗରେ ହେବ ବଡ଼ ଧରଣର ଅଦଳ ବଦଳ, ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ରେଳ ବିଭାଗରେ ହେବ ବଡ଼ ଧରଣର ଅଦଳ ବଦଳ, ମିଳିଲା ଅନୁମତି

ନୂଆଦିଲ୍ଲୀ: ୧୧୪ ବର୍ଷର ପରମ୍ପରାରେ ରୋକ୍ ଲଗାଇଲେ ମୋଦି ସରକାର। ରେଳମନ୍ତ୍ରଣାଳୟର ଅନେକ ସେବା ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବାରେ ବାଧା ଉପୁଜିବାରୁ ସରକାର ଚିରା ଚରିତ ପ୍ରଥା ଉପରେ ରୋକ୍ ଲଗାଇଛନ୍ତି। ନିକଟରେ ସରକାରଙ୍କ ଦ୍ୱାରା ଗଠିତ ଏକ କମିଟି ରେଲଓ୍ୱେ ବୋର୍ଡର ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ଦେଇଥିଲେ। ଏହାପରେ ମଙ୍ଗଳବାର ମୋଦି ସରକାରଙ୍କ କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏବେ ରେଳ ବୋର୍ଡରେ ୫ ଜଣ ସଦସ୍ୟ ରହିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ୮ଟି ଅଲଗା ଅଲଗା ଶ୍ରେଣୀକୁ ମିଶାଯାଇ ଏବେ ଗୋଟିଏ ଶ୍ରେଣୀ ବା କ୍ୟାଡର କରାଯିବ। ଏହାର ନାମ ଇଣ୍ଡିଆନ ରେଲଓ୍ୱେ ମ୍ୟାନେଜମେଣ୍ଟ ସର୍ଭିସ ରହିଛି। ଏହି ବୋର୍ଡରେ ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ ରହିବେ। ଅଧ୍ୟକ୍ଷ ସିଇଓ ଭାବରେ କାମ କରିବେ। ଏଥିରେ କିଛି ସ୍ୱତନ୍ତ୍ର ସଦସ୍ୟ ମଧ୍ୟ ରହିବେ। ପୂର୍ବରୁ ଏହି ବୋର୍ଡରେ ୮ ଜଣ ସଦସ୍ୟ ରହୁଥିଲେ। ୧୯୦୫ରୁ ୮ ଜଣିଆ ସଦସ୍ୟ ବିଶିଷ୍ଟ ରେଲଓ୍ୱେ ବୋର୍ଡ ପରିଚାଳନା ହେଉଥିଲା।

ଏହି ବୋର୍ଡରେ ପରିଚାଳନା, ବ୍ୟବସାୟିକ ବିକାଶ, ମାନବ ସମ୍ୱଳ, ଇନଫ୍ରାଷ୍ଟକଚର ଏବଂ ଅର୍ଥନୀତି ସହିତ ଜଡ଼ିତ ବ୍ୟକ୍ତି ମାନେ ରହିବେ।

ସୂଚନାଯୋଗ୍ୟ, ରେଳ ବିଭାଗ ଅଧିନରେ ଥିବା ଦୁଇଟି କ୍ୟାଡର ଇଲେକ୍ଟ୍ରିକାଲ ଏବଂ ମେକାନିକାଲ କ୍ୟାଡର ମଧ୍ୟରେ ବିବାଦ ରହୁଥିବାରୁ ସରକାରଙ୍କ ଅନେକ କାମ କାର୍ଯ୍ୟକାରୀ ହେବାରେ ବିଳମ୍ୱ ହେଉଥିଲା। ଏଥିସହ ଅନେକ ପ୍ରସଙ୍ଗରେ ଥିବା ବିବାଦକୁ ପରିଲିକ୍ଷିତ କରି ପ୍ରକାଶ ଟଣ୍ଡନ କମିଟି (୧୯୯୪), ରାକେଶ ମୋହନ କମିଟି (୨୦୦୧), ଶ୍ୟାମ ପିଟ୍ରୋଡା କମିଟି (୨୦୧୨) ଏବଂ ବିରେକ ଓବରୟ କମିଟି (୨୦୧୨)ରେ ରେଳ ବିଭାଗର ସେବାକୁ ଏକକୀକରଣ କକିବାକୁ ପ୍ରସ୍ତାବ ଦେଇଥିଲେ।



from Odisha Reporter https://ift.tt/35V1mTj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages