ବିବାଦରେ ଦୀପିକାଙ୍କ ‘ଛପାକ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ବିବାଦରେ ଦୀପିକାଙ୍କ ‘ଛପାକ୍‌’

ମୁମ୍ବାଇ: ଆଜିକାଲି ରିଲିଜ୍‌ ପୂର୍ବରୁ ଫିଲ୍ମ ବିବାଦରେ ଫସିବା ସାଧାରଣ କଥା ହୋଇଗଲାଣି ! ଅନେକ ବଡ଼ ବଡ଼ ଫିଲ୍ମ ବିବାଦ ଘେରକୁ ଆସୁଥିବା ଦେଖିବାକୁ ମିଳୁଛି। ଏବେ ଏଥିରେ ସାମିଲ ହୋଇଛି ଦୀପିକା ପାଦୁକୋନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’। ସୂଚନା ଅନୁଯାୟୀ, ରାକେଶ ଭାରତୀ ନାମକ ଜଣେ ଲେଖକ ‘ଛପାକ୍’ ନାଁରେ ବମ୍ବେ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ସେ ଏହି ଫିଲ୍ମ ଉପରେ ସ୍କ୍ରିପ୍ଟ ଚୋରିର ଅଭିଯୋଗ କରିଛନ୍ତି।

ତାଙ୍କ ଦାବି ଅନୁଯାୟୀ ପ୍ରଥମେ ସେ ଏହି ଫିଲ୍ମର କାହାଣୀ ବିଷୟରେ ଭାବିଥିଲେ। ସେ ଏହାର ନାଁ ଦେଇଥିଲେ ‘କାଲା ଦିନ୍‌’। ୨୦୧୫ରେ ସେ ଏହି ଟାଇଟଲ୍‌କୁ ଇଣ୍ଡିଆନ୍‌ ମୋଶନ୍‌ ପିକ୍ଚର ପ୍ରଡ୍ୟୁସର୍ ଆସୋସିଏଶନ୍(IMPPA)ରେ ରେଜିଷ୍ଟର ବି କରିଥିଲେ।

ରାକେଶ ଭାରତୀଙ୍କ କହିବା ଅନୁଯାୟୀ ସେ ସେବେଠୁହିଁ ଏହା ଉପରେ କାମ କରୁଛନ୍ତି। ଏହି ଫିଲ୍ମ ପାଇଁ ସେ ଫକ୍ସ ଷ୍ଟାର୍‌ ଷ୍ଟୁଡିଓ ସହ କଥା ହୋଇଥିଲେ, ହେଲେ ସେତେବେଳେ ଏହି ପ୍ରୋଜେକ୍ଟଟି ସମ୍ଭବ ହୋଇପାରି ନଥିଲା। ହେଲେ ସେ ନିଜର ଆଇଡିଆ ଓ କାହାଣୀ ଉକ୍ତ ପ୍ରଡକ୍ସନ୍‌ ହାଉସ୍‌କୁ ଶୁଣାଇଥିଲେ, ଯିଏ ‘ଛପାକ’ ଫିଲ୍ମଟି ତିଆରି କରିଛି।

ରାକେଶ କହିଛନ୍ତି ଯେ ଯେତେବେଳେ ସେ ଜାଣିଲେ ଯେ ତାଙ୍କ ଆଇଡିଆକୁ ନେଇ ଫିଲ୍ମଟି ତିଆରି ହୋଇଛି, ସେ ତୁରନ୍ତ ଫିଲ୍ମର ପ୍ରଯୋଜକଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ। ହେଲେ ତାଙ୍କୁ କୌଣସି ଜବାବ ନ ମିଳିବାରୁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ଅନୁରୋଧ କରିଛନ୍ତି ଯେ ଫିଲ୍ମରେ ଲେଖକ ହିସାବରେ ତାଙ୍କୁ କ୍ରେଡିଟ୍‌ ଦିଆଯାଉ। ନଚେତ୍ ଫିଲ୍ମର ରିଲିଜ୍‌ ଉପରେ ରୋକ୍‌ ଲଗାଯାଉ। ଡିସେମ୍ବର ୨୭ ତାରିଖରେ ବମ୍ବେ ହାଇକୋର୍ଟରେ ଏହାର ଶୁଣାଣି ହେବ।

ସୂଚନାଯୋଗ୍ୟ, ‘ଛପାକ୍‌’ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଏଥିରେ ଦୀପିକା ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି। ଦୀପିକାଙ୍କ ସହ ଫିଲ୍ମରେ ବିକ୍ରାନ୍ତ ମେସି ମଧ୍ୟ ଲିଡ୍‌ ରୋଲ୍‌ରେ ଅଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ମେଘନା ଗୁଲଜାର୍‌ ଦେଇଛନ୍ତି। ଫିଲ୍ମଟି ଜାନୁଆରୀ ୧୦ ତାରିଖରେ ରିଲିଜ୍ ହେବ।

 



from Odisha Reporter https://ift.tt/2SzKttV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages