ବିଶ୍ୱାସରେ ବିଷ ଦେଲେ଼, ପରେ ଆତ୍ମସମର୍ପଣ କଲେ ଆର୍ମି ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 17, 2019

ବିଶ୍ୱାସରେ ବିଷ ଦେଲେ଼, ପରେ ଆତ୍ମସମର୍ପଣ କଲେ ଆର୍ମି ଯବାନ

ବଣାଇ(ରଞ୍ଜିତ ଚୌଧୁରୀ): ଏକ ବିବାହ ଭୋଜିରେ ଦେଖାଦେଖିରୁ ଆରମ୍ଭ ହେଲା ପ୍ରେମ । ଜଣେ ଆର୍ମି ଯବାନଙ୍କୁ ପ୍ରେମିକ ଭାବେ ପାଇ ସରଳ ଆଦିବାସୀ ନାବାଳିକା ମଧ୍ୟ ତାଙ୍କ ଆଡ଼କୁ ଢଳିବାକୁ ଲାଗିଲେ। ଅପରପକ୍ଷେ ତାଙ୍କୁ ଚାକିରି କରାଇ ଦେବାର ବିଶ୍ୱାସ ଦେଇ ତାଙ୍କ ହୃଦୟ ଜିତିଥିଲେ ଯବାନଜଣକ।

ଏହାପରେ ୨ ପ୍ରେମ ପକ୍ଷୀ ଭାବନା  ରାଇଜରେ ବିଚରଣ କରିବାକୁ ଲାଗିଲେ। ନାବାଳିକା ପ୍ରେମିକା  ମଧ୍ୟ ପ୍ରେମିକଙ୍କୁ ବିଶ୍ୱାସ କରି ତାଙ୍କ ସଙ୍ଗେ ବିଭିନ୍ନ ଆଡ଼େ ବୁଲିବାକୁ ଲାଗିଲେ। ହେଲେ ବିବାହ କଥା ଉଠାଇବାରୁ ୨ ମାସ ହେବ ଧରା ଛୁଆଁ ଦେଲେନି ଯବାନଜଣକ। ନାବାଳିକା ପ୍ରେମିକାଙ୍କ ବିଶ୍ୱାସରେ ବିଷ ଦେଇ କେଉଁ ଆଡ଼ା ଚାଲିଗଲେ ପ୍ରେମିକ । ସବୁଆଡ଼ୁ ନିରାଶ ହେବାପରେ ୨ ମାସ ପୂର୍ବେ ଥାନାର ଦ୍ୱାରସ୍ଥ ହୋଇଥିଲେ ନାବାଳିକାଜଣକ । ଶେଷରେ ଯବାନଜଣକ ଗତକାଲି ଆତ୍ମସମର୍ପଣ କରିଥିବା ଜଣାଯାଇଛି।

ପୂରା ଘଟଣାଟି ଏହିପରି। ସୁନ୍ଦରଗଡ ଜିଲ୍ଲାର ବାରକୋଟ ଥାନା ମସିନ୍ଦା  ଗ୍ରାମର ବିରେନ୍ଦ୍ର ସାମାଡ ଆର୍ମିରେ ଯବାନ ଅଛନ୍ତି। ତାଙ୍କ ଗ୍ରାମରେ ଏକ ବିବାହ ଭୋଜିକୁ ଲହୁଣିପଡ଼ା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଆସିଥିବା ବେଳେ ସେଠାରେ ଉଭୟଙ୍କ ସାକ୍ଷାତ ହୋଇଥିଲା।  ଏହାପରେ ଉଭୟଙ୍କ ସମ୍ପର୍କ ବଢ଼ିବାକୁ ଲାଗିଲା। ବିବାହ ଏବଂ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ହେବ ବିରେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିବାକୁ ଲାଗିଲେ। ପୀଡ଼ିତା ବିବାହ ନିମନ୍ତେ କହିବାରୁ ସେ ଆଉ ଧରାଛୁଆଁ ଦେଲେନି।

ଏନେଇ ପୀଡିତା ୨ ମାସ ତଳେ ଲହୁଣିପଡ଼ା ଥାନାର ଏତଲା ଦେବା ପରେ ପୁଲିସ୍‌ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲା।  ଏ ନେଇ ପରିବାର ଲୋକ ରାଉରକେଲା ଏସ୍‌ପିଙ୍କୁ  ଜଣାଇଥିଲେ। ଏପରିକି ବ୍ଲକ ଅଧ୍ୟକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡିତାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ଲଗି ମଧ୍ୟ  ଧମକ ଦେଇଥିଲେ।  ଶେଷରେ ଆର୍ମି ଯବନ ବିରେନ୍ଦ୍ର ସାମାଡ ଥାନାରେ ଗତକାଲି  ଆତ୍ମସମର୍ପଣ କରିଥିବା ଜଣାପଡିଛି। ଆଜି ତାଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ମିଳିଛି।

 



from Odisha Reporter https://ift.tt/2rOR0WC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages