ନେହାଙ୍କୁ କ୍ଷମା ମାଗିଲେ ଗୌରବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ନେହାଙ୍କୁ କ୍ଷମା ମାଗିଲେ ଗୌରବ

ମୁମ୍ବାଇ: ସୋନି ମ୍ୟାକ୍ସରେ ପ୍ରସାରିତ ହେଉଥିବା ଶୋ’ ‘ଡ଼ା. ପ୍ରାଣ୍ ଲେଲେ’ରେ ବଲିଉଡ୍ ଗାୟିକା ନେହା କକ୍କରଙ୍କୁ ନେଇ ଏକ କମେଡି କରାଯାଇଥିଲା। ତେବେ ଏହାକୁ ନେହା ଆଦୌ ପସନ୍ଦ କରି ନଥିଲେ। ଏପରିକି ଏନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ତାଙ୍କ ଭାଇ ଟୋନି କକ୍କର ବି ଏହାକୁ ପସନ୍ଦ କରି ନଥିଲେ ଓ ଏନେଇ ସୋଶାଲ୍ ମିଡିଆରେ ଏକ ବଡ଼ ଲେଖା ପୋଷ୍ଟ୍ କରିଥିଲେ। ଆଉ ଏସବୁ ପରେ ଉକ୍ତ କମେଡ଼ି ପାଇଁ ନେହାଙ୍କୁ କ୍ଷମା ମାଗିଛନ୍ତି କମେଡିଆନ୍ ତଥା ଅଭିନେତା ଗୌରବ ଗେରା।

ଏକ ଇଂରାଜୀ ଖବରକାଗଜକୁ ପ୍ରତିକ୍ରିୟା ଦେଇ ଗୌରବ କହିଛନ୍ତି, “ମୁଁ କାହାକୁ ଦୁଃଖୀ କରିବା ପାଇଁ ଚାହୁଁ ନଥିଲି। ମୁଁ ନିଜେ ତାଙ୍କର ଜଣେ ବଡ଼ ଫ୍ୟାନ୍। ତାଙ୍କ ଗୀତ ମୋତେ ଖୁବ୍ ଭଲ ଲାଗେ। ତାଙ୍କ ଗୀତଗୁଡ଼ିକୁ ପାର୍ଟିଗୁଡ଼ିକର ଜୀବନ ବୋଲି କୁହାଯାଏ। ତାଙ୍କ ଦକ୍ଷତାକୁ ଆକଳନ କରିବାକୁ ମୁଁ କିଏ? ଆମେ ଦୁହେଁ ବ୍ୟକ୍ତିଗତ ସ୍ତରରେ ପରସ୍ପରକୁ ଏତେ ଭଲ ଭାବେ ଜାଣିନୁ, କିନ୍ତୁ ଯେବେ ବି ଦେଖାହୁଏ ପରସ୍ପର ସହିତ ଭଲ ବ୍ୟବହାର କରୁ।”

ସେ ଆହୁରି କହିଛନ୍ତି,“ମୁଁ ଓ କିକୁ ଶାରଦା ତାଙ୍କର ବହୁତ ବଡ଼ ଫ୍ୟାନ୍‌। ନେହା ଆମକୁ ପ୍ରତ୍ୟକ୍ଷ ଭାବେ ଦୋଷୀ କରିନାହାନ୍ତି। ସେ ଚ୍ୟାନେଲ୍‌କୁ ଟାର୍ଗେଟ୍ କରିଥିଲେ। ଏହାପରେ ଚ୍ୟାନେଲ୍ ଉକ୍ତ ଭିଡିଓଟିକୁ ହଟାଇ ଦେଇଛି। ଆମେ କେବେବି ତାଙ୍କୁ ଦୁଃଖୀ କରିବା ଉଦ୍ଦେଶ୍ୟରେ ସେଭଳି କରି ନଥିଲୁ। ନେହାଙ୍କ ହାଇଟ୍ ବିଷୟରେ ଯେଉଁ କଥା କୁହାଯାଉଛି, ସେ ବିଷୟରେ ମୁଁ ଜାଣିନି। ତେବେ ମୋତେ ଜଣା ନଥିଲା ଯେ ସେ ଏତେ ମାତ୍ରାରେ ଅସନ୍ତୁଷ୍ଟ ହୋଇଯିବେ।”

ସୂଚନାଯୋଗ୍ୟ, ଉକ୍ତ ଶୋ’ରେ ନେହାଙ୍କ ହାଇଟ୍‌କୁ ନେଇ କମେଡି କରାଯାଇଥିଲା। ସେହିପରି ତାଙ୍କ ଦକ୍ଷତାକୁ ନେଇ ମଧ୍ୟ କିକୁ ଶାରଦା ମଜା କରିଥିଲେ। ଏହା ପରେ ନେହା ଶୋ’ର ଏକ ଭିଡିଓ ଉପରେ ନିଜର ପ୍ରତିକ୍ରିୟା ଦେଇ ଏମିତି ନକାରାତ୍ମକ ବାତାବରଣରେ ରହି ହେବ ନାହିଁ ବୋଲି କହିଥିଲେ।



from Odisha Reporter https://ift.tt/2LraaZd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages