ମୁମ୍ବାଇ: ଗ୍ଲାମର ଦୁନିଆର ଲୋକେ ବିଭିନ୍ନ କାର୍ଯ୍ୟକ୍ରମକୁ ଭଡ଼ାରେ ଆଣିଥିବା ପୋଷାକ ପିନ୍ଧି ଆସନ୍ତି ବୋଲି କହିଛନ୍ତି ଗାୟିକା ନିକିତା ଗାନ୍ଧୀ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏବେ ଏକ ଅଜବ ଟ୍ରେଣ୍ଡ୍ ଚାଲିଛି। ଲୋକମାନେ ସବୁ କାର୍ଯ୍ୟକ୍ରମକୁ ଡିଜାଇନର୍ଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧି ଆସୁଛନ୍ତି। ଗ୍ଲାମର ଇଣ୍ଡଷ୍ଟ୍ରୀରେ ଥିବା ତାଙ୍କ ସାଙ୍ଗମାନେ ଏଭଳି ପୋଷାକ ଭଡ଼ାରେ ଆଣି ପିନ୍ଧୁଛନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଉଛନ୍ତି। କିନ୍ତୁ ସେ ଏଭଳି କରନ୍ତି ନାହିଁ। କାରଣ ତାଙ୍କୁ ଏହା ଭଲ ଲାଗେ ନାହିଁ।
ଏ ନେଇ ସେ ଆହୁରି କହିଛନ୍ତି ଯେ ଏପରି ଭାବେ ଲୋକେ କାହିଁକି ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି, ତାହା ତାଙ୍କୁ ବୁଝାପଡ଼େ ନାହିଁ। କାରଣ ଶେଷରେ ସେହି ପୋଷାକ ଫେରାଇବାକୁ ପଡ଼ିଥାଏ।
ଏହି କାର୍ଯ୍ୟକ୍ରମରେ ସେ ବଲିଉଡ୍ ଗାୟକ ଅରିଜିତ୍ ସିଂହଙ୍କୁ ଖୁବ୍ ପ୍ରଶଂସା କରିଥିଲେ।
ନିକିତା ଗାନ୍ଧୀ ଜଣେ ଜଣାଶୁଣା ଗାୟିକା। ସେ ତାମିଲ, ହିନ୍ଦୀ, ତେଲୁଚୁ, ବଙ୍ଗାଳି ଓ କନ୍ନଡ଼ ଫିଲ୍ମରେ ଗୀତ ଗାଇଛନ୍ତି। ‘ଆଓ କଭି ହବେଲୀ ପେ’, ‘କାଫିରାନା’, ‘ମୁଝେ ଚାନ୍ଦ ପେ ଲେ ଚଲୋ’, ‘ଘର’, ‘ଉଲ୍ଲୁ କା ପଟ୍ଠା’ ଭଳି ଗୀତ ଗାଇଛନ୍ତି।
from Odisha Reporter https://ift.tt/2RpgfJf
No comments:
Post a Comment