ନାଗରିକ ସଂଶୋଧନ ବିଲକୁ କ୍ୟାବିନେଟ ମଞ୍ଜୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ନାଗରିକ ସଂଶୋଧନ ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନାଗରିକ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ମଞ୍ଜୁରୀ ଦେଇ ସାରିଥିବାରୁ ଆସନ୍ତା ସପ୍ତାହରେ ଏହି ବିଧେୟକ ଲୋକସଭାରେ ଏବଂ ରାଜ୍ୟସଭାରେ ଆଗତ କରିପାରନ୍ତି ସରକାର। ତିନି ତଲାକ୍, ଧାରା ୩୭୦ ଭଳି ନାଗରିକ ସଂଶୋଧନ ବିଲ୍ ଓ ଏନଆରସି ମୋଦି ସରକାରର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ।

ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୧୩ରେ ଶେଷ ହେଉଛି। ଏହାରି ଭିତରେ ନାଗରିକ ସଂଶୋଧନ ବିଧେୟକକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ କରିବାକୁ ଯୋଜନା ରଖିଥିବା ସୂଚନା ରହିଛି। ନାଗରିକ ସଂଶୋଧିତ ବିଲ୍‌କୁ ଗୃହୀତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। କଂଗ୍ରେସ, ଏଆଇଏମଆଇଏମ ଓ ଅନ୍ୟାନ୍ୟ ଦଳମାନେ ଏହାକୁ ବିରୋଧ କରିବ ବୋଲି ଦଳୀୟ ନେତାମାନେ କହି ସାରିଛନ୍ତି। ଧର୍ମ ଆଧାରରେ ସରକାର ନାଗରିକତ୍ୱ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ବିରୋଧୀ କହିଛନ୍ତି। ତେବେ ଧର୍ମକୁ ଆଖି ଆଗରେ ରଖି ଏହି ବିଧେୟକ ଆସୁନାହିଁ ବୋଲି ପୂର୍ବରୁ ସରକାର କହି ସାରିଛନ୍ତି।

ସୂଚନା ମୁତାବିକ, ଏହି ସଂଶୋଧିତ ବିଧେୟକ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ୱ ପାଇପାରିବେ। ତେବେ ନାଗରିକତ୍ୱ ମିଳିବା ପୂର୍ବରୁ ଅନେକ ଆବଶ୍ୟକ ଦସ୍ତାବିଜ୍ ଦେବାକୁ ପଡ଼ିବ ବୋଲି ବିଧେୟକରେ ଉଲ୍ଲେଖ ଥିବା ଜଣାପଡ଼ିଛି। ମୋଦି-୧ ସରକାରରେ ମଧ୍ୟ ଏହି ବିଲ୍ ୧୫ ଜୁଲାଇ ୨୦୧୬ରେ ଆଗତ କରାଯାଇଥିଲା। ବିରୋଧ ଯୋଗୁ ରାଜ୍ୟସଭାରେ ଏହା କାଟ୍ ଖାଇଥିଲା।

ଏନଆରସି ୧୯୫୫ ଅଧିନିୟମ ଅନୁଯାୟୀ କୌଣସି ପାସପୋର୍ଟ ଓ ଭିସା ବିନା ଆସି ଭାରତରେ ଅଧିକ ଦିନ ରହିଯାଇଥିଲେ ସେମାନଙ୍କୁ ଅନୁପ୍ରବେଶକାରୀ ବୋଲି ଗଣାଯିବ।

ଲୋକସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ବିଧେୟକ ଗୃହୀତ ହେବା ଏକ ପ୍ରକାର ସୁନିଶ୍ଚିତ। ହେଲେ ରାଜ୍ୟସଭାରେ ଏହି ସଂଶୋଧିତ ବିଲକୁ କଡ଼ା ଚ୍ୟାଲେଞ୍ଜ ହେବ। ପୂର୍ବରୁ ମଧ୍ୟ ଏହି ବିଧେୟକକୁ ନେଇ କୋର୍ଟରେ ମାମଲା ଦାୟର ହୋଇସାରିଛି।



from Odisha Reporter https://ift.tt/2Ll07F4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages