ଶୁଟିଂ ପୂର୍ବରୁ ରେକର୍ଡ କଲା ‘ପୃଥ୍ୱୀରାଜ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ଶୁଟିଂ ପୂର୍ବରୁ ରେକର୍ଡ କଲା ‘ପୃଥ୍ୱୀରାଜ୍‌’

ମୁମ୍ବାଇ: ‘କେଶରୀ’, ‘ମିସନ୍ ମଙ୍ଗଲ୍‌’ ଓ ‘ହାଉସ୍‌ଫୁଲ୍‌ ୪’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେବା ପରେ ବଲିଉଡ୍‌ର ‘ଖିଲାଡ଼ୀ କୁମାର‘ ଅକ୍ଷୟ ଆଗକୁ ଆଉ ଏକ ଜବରଦସ୍ତ ଫିଲ୍ମ ନେଇ ଆସୁଛନ୍ତି। ଆସନ୍ତା ବର୍ଷ ତାଙ୍କୁ ଐତିହାସିକ ଫିଲ୍ମ ‘ପୃଥ୍ୱୀରାଜ୍‌’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ସହ ଲିଡ୍‌ ରୋଲ୍‌ରେ ଅଛନ୍ତି ମିସ୍‌ ୱାର୍ଲ୍ଡ ମାନୁଷୀ ଚିଲ୍ଲର୍‌। ଏହି ଫିଲ୍ମଟି ୟଶ୍‌ ରାଜ୍‌ ବ୍ୟାନର୍‌ରେ ତିଆରି ହେଉଛି। ୟଶ୍‌ ରାଜ୍‌ ବ୍ୟାନର୍‌ର ଏହା ହେଉଛି ପ୍ରଥମ ଐତିହାସିକ ଫିଲ୍ମ। ତେବେ ଶୁଟିଂ ଆରମ୍ଭ ହେବା ପୂର୍ବରୁ ଏହି ଫିଲ୍ମ ଏକ ରେକର୍ଡ଼ କରିସାରିଲାଣି।

ସୂଚନା ଅନୁଯାୟୀ, ଏହି ଐତିହାସିକ ଫିଲ୍ମ ପାଇଁ ୩୫ଟି ଭବ୍ୟ ସେଟ୍‌ ନିର୍ମାଣ କରାଯାଉଛି, ଯାହାକି ବଲିଉଡ୍‌ରେ ପ୍ରଥମ। ଏହି ସେଟ୍‌ ତିଆରି କରିବାକୁ ହଜାର ହଜାର କାରିଗର ଦିନରାତି ଲାଗିଛନ୍ତି। ଏହି ସେଟ୍‌ ଗୁଡ଼ିକରୁ ଅଧିକାଂଶ ମହାରାଷ୍ଟ୍ରରେ ହେଉଥିବାବେଳେ ଆଉ କିଛି ରାଜସ୍ଥାନରେ ତିଆରି ହେଉଛି। ଫିଲ୍ମଟିକୁ ପୂରା ନିଆରା କରିବା ପାଇଁ ନିର୍ମାତା ଲାଗିପଡ଼ିଛନ୍ତି ଯେମିତିକି ସିନେପ୍ରେମୀମାନେ ଏକ ଅଲଗା ଅନୁଭୂତି ପାଇପାରିବେ।

ଏହି ଫିଲ୍ମଟି ରାଜା ପୃଥ୍ୱୀରାଜଙ୍କ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଇତିହାସରେ ପୃଥ୍ୱୀରାଜ୍ ଓ ସଂଯୁକ୍ତାଙ୍କ ପ୍ରେମ କାହାଣୀ ଅମର ହୋଇ ରହିଛି, ଯାହାକୁ ଏବେ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ଏଥିରେ ଅକ୍ଷୟ କୁମାର ପୃଥ୍ୱୀରାଜ୍‌ଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ମାନୁଷୀ ରାଣୀ ସଂଯୁକ୍ତାଙ୍କ ଭୂମିକାରେ ଅଭିନୟ କରିବେ। ଫିଲ୍ମଟିର ନିର୍ଦ୍ଦେଶନା ଭାର ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଉପରେ ନ୍ୟସ୍ତ ହୋଇଛି। ଫିଲ୍ମଟି ୨୦୨୦ ନଭେମ୍ବରରେ ରିଲିଜ୍‌ ହେବ।



from Odisha Reporter https://ift.tt/34P2jMq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages