ଭାଗବତ ଓ ଗୀତା ପ୍ରେମରେ ୯ ବର୍ଷର ପ୍ରେମସାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଭାଗବତ ଓ ଗୀତା ପ୍ରେମରେ ୯ ବର୍ଷର ପ୍ରେମସାଇ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ବୟସ ମାତ୍ର ୯ ବର୍ଷ। ଆଉ ଏହି ବୟସରେ ସେ ଗୀତା ଓ ଭାଗବତ ପ୍ରେମରେ ପଡ଼ିଯାଇଛନ୍ତି। ସେ ଖୁବ୍‌ ସୁନ୍ଦର ଭାବେ ଭାଗବତ ସହିତ ସଂସ୍କୃତରେ ଗୀତାର ଶ୍ଲୋକଗୁଡ଼ିକୁ କରାୟତ କରି ବୋଲି ପାରୁଛନ୍ତି। ସେହିପରି ସେ ଓଡ଼ିଆ ଭଜନ ଗାଇବା ସହିତ ନଦିଆ ଖୋଳ ଓ କଂସାଳ ବଜାଇ ପାରୁଛନ୍ତି। ଏତେ କମ୍ ବୟସରେ ତାଙ୍କର ଏସବୁ ଦକ୍ଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ଏହି ବିସ୍ମୟ ବାଳକ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ଚୌଦ୍ୱାରର ନିଗୁଣ୍ଡି ଗାଁର ପ୍ରେମସାଇ ନାୟକ।

ପ୍ରେମସାଇଙ୍କ ଜେଜେ ବିଚିତ୍ରା ନନ୍ଦ ନାୟକ ପ୍ରତିଦିନ ଘରେ ଭାଗବତ ପଢ଼ନ୍ତି। ଆଉ ଏହାକୁ ଶୁଣି ଶୁଣି ଭାଗବତ ପଢ଼ିବା ପ୍ରତି ତାଙ୍କର ରୁଚି ବଢ଼ିଥିଲା। ତାଙ୍କ ଆଗ୍ରହକୁ ଦେଖି ଜେଜେ ତାଙ୍କୁ ଭାଗବତ ପଢ଼ିବା ଶିଖାଇଥିଲେ। ଏବେ ସେ ସନ୍ଧ୍ୟା ହେଲେ ଗାଁରେ ଥିବା ଭାଗବତ ଘରେ ଲୋକଙ୍କୁ ଭାଗବତ ପଢ଼ି ଶୁଣାଉଛନ୍ତି। ପ୍ରେମସାଇଙ୍କ ମୁହଁରୁ  ଭାଗବତ ଶୁଣିବା ପାଇଁ ସନ୍ଧ୍ୟାରେ ଭାଗବତ ଘର ବାରଣ୍ଡାରେ ଗାଁଲୋକଙ୍କ ଭିଡ଼ ମଧ୍ୟ ଜମେ। ସେ ସଂସ୍କୃତରେ ଗୀତାକୁ ମଧ୍ୟ ମନେ ରଖି ବୋଲି ପାରୁଛନ୍ତି। ତା’ସହିତ ଠାକୁରଙ୍କ ଭଜନ ସାଙ୍ଗକୁ ନଦିଆ କୀର୍ତ୍ତନରେ ଗୀତ ଗାଇବା ସହ ନଦିଆ ଖୋଳ ଓ କଂସାଳ ବଜାଇ ପାରୁଛନ୍ତି। ସେହି ଅଞ୍ଚଳରେ ହେଉଥିବା ଅଷ୍ଟପ୍ରହରୀ ଓ ନାମ ସଂକୀର୍ତ୍ତନରେ ସେ ଖୋଳ ବଜାଇ ଗୀତ ଗା’ନ୍ତି।

ପ୍ରେମସାଇଙ୍କ ଜେଜେ ବିଚିତ୍ରା ନନ୍ଦ ନାୟକ କହିଛନ୍ତି, “ଏସବୁ ଈଶ୍ୱରଙ୍କ ଆଶୀର୍ବାଦ। ତଥାପି ଆମର କର୍ତ୍ତବ୍ୟ ଦୃଷ୍ଟିରୁ ଅଭିଭାବକ ହିସାବରେ ଆମେ ତାକୁ ଭଗବତ ମାର୍ଗରେ ଶିକ୍ଷା ଦେଉଛୁ। ଯଦ୍ୱାରା ସେ ଏକ ଶୃଙ୍ଖଳିତ ଜୀବନ ଯାପନ କରିପାରିବ। ସେ ବ୍ୟାସଦେବଙ୍କ ଭାଗବତଙ୍କୁ ପୂରା ମୁଖସ୍ତ କରିଛି। ତା’ର ଅର୍ଥ ବି ଜାଣିଛି। ଏଥିସହ ଜଗନ୍ନାଥ ଦାସଙ୍କ ଭାଗବତ ବିଷୟରେ ମଧ୍ୟ ବହୁତ କିଛି ଜାଣିଛି। ଭଗବାନଙ୍କ ଆଶୀର୍ବାଦରୁ ନଦିଆ ସଂକୀର୍ତ୍ତନ ମଧ୍ୟ କରିପାରୁଛି। ତା’ର ଏସବୁ ପ୍ରତି ଆଗ୍ରହ ଓ ଶ୍ରଦ୍ଧା ରହିଛି।  ସତ୍ୟ ସନାତନ ଭଗବତ ପ୍ରଚାର ସମିତି ପକ୍ଷରୁ ତାକୁ ପୁରସ୍କୃତ ମଧ୍ୟ କରାଯାଇଛି।”

ପ୍ରେମସାଇ ନିଗୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଛନ୍ତି। ସେ ଭଲ ପାଠ ମଧ୍ୟ ପଢ଼ନ୍ତି। ସବୁବେଳେ ଶ୍ରେଣୀରେ ପ୍ରଥମ ହେଉଛନ୍ତି।  ଭବିଷ୍ୟତରେ ସେ ଜଣେ ଇଂଜିନୟର ହେବାକୁ ସ୍ୱପ୍ନ ଦେଖୁଛନ୍ତି।

ନିଗୁଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବେହେରା କହିଛନ୍ତି, “ପ୍ରେମସାଇ ନାୟକ ଜଣେ ମେଧାବୀ ଛାତ୍ର। ଚଳିତ ବର୍ଷ ତୃତୀୟ ଶ୍ରେଣୀରେ ବୃତ୍ତି ପାଇଛନ୍ତି। ତାଙ୍କ ଭିତରେ ବହୁତ ଅନ୍ତନିର୍ହିତ ଗୁଣ ରହିଛି। ସେ ଗୀତା, ଭାଗବତରେ ଜ୍ଞାନ ଅର୍ଜନ କରିଛନ୍ତି। ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ।”

 



from Odisha Reporter https://ift.tt/2rVS8I4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages