ନୂଆ ବର୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରରେ ଜମିଛି ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ନୂଆ ବର୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରରେ ଜମିଛି ଭିଡ଼

ପୁରୀ(ଓଡ଼ିଶା ରିପୋର୍ଟର): ନୂଆ ବର୍ଷ ଅବସରରେ ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । କିଏ ପରିବାର ସହ ତ ଆଉ କିଏ ସାଙ୍ଗ ସାଥି ସହ  ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି।  ଏଥିପାଇଁ ରାତି ୧୦ଟାରେ ପହୁଡ଼ ପଡିଥିବା ବେଳେ ରାତି ଗୋଟାଏ ୨୦ରେ ପହୁଡ଼ ଖୋଲିଥିଲା । ଏହାପରେ ରାତି ୨ଟା ୧୫ରୁ ଦର୍ଶନ ଆରମ୍ଭ ହୋଇଥିଲା।

ନୂଆ ବର୍ଷ ଆରମ୍ଭରେ ଶହ ଶହ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ବଡ଼ି ଭୋରରୁ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି। ନୂଆ ବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ବଳୟକୁ ଉଚ୍ଛେଦ କରାଯିବା ପରେ ଶ୍ରୀମନ୍ଦିର ସମ୍ମୁଖକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ଏପଟେ ନବବର୍ଷକୁ ଦୃଷ୍ଟିରେ ରଖି ଏକାମ୍ର କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି  ।



from Odisha Reporter https://ift.tt/36ekNXJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages