ବର୍ଷ ଶେଷରେ ଆତଙ୍କବାଦୀ ଆକ୍ରମଣ, ଗଲା ୩୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ବର୍ଷ ଶେଷରେ ଆତଙ୍କବାଦୀ ଆକ୍ରମଣ, ଗଲା ୩୫ ଜୀବନ

ବୁର୍କିନା ଫସୋ: ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତ। ସବୁଠି ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପଶ୍ଚିମ ଆଫିକ୍ରାର ବୁର୍କିନା ଫସୋ ଦେଶରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି। ତେବେ ସୁରକ୍ଷା କର୍ମୀଙ୍କ ମୁହଁତୋଡ଼ ଜବାବରେ ୮୦ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ଦେଶର ରାଷ୍ଟ୍ରପତି ରୋଚ ମାର୍କ କାବୋର ଏହି ସୂଚନା ଦେଇଛନ୍ତି। ଆଫ୍ରିକାର ଏହି ଦେଶରେ ଅନେକ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା ମଧ୍ୟ ସୂଚନା ରହିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବୁର୍କିନା ଫସୋର ଉତ୍ତର ଭାଗରେ ସକାଳୁ ସକାଳୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଉଥିବା ବେଳେ ୮ ଯବାନ ଶହୀଦ ହୋଇଛନ୍ତି। ଆଫ୍ରିକା ମିଡିଆର ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ବୁର୍କିନା ଫସୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ମଧ୍ୟରୁ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା।

ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ରାଷ୍ଟ୍ରପତି ରୋଚ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।



from Odisha Reporter https://ift.tt/2tKnLog

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages