ଜମି ପାଇଁ ହଣାହଣି, ବଡ଼ ଭାଇ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ଜମି ପାଇଁ ହଣାହଣି, ବଡ଼ ଭାଇ ଗୁରୁତର

ତେଲକୋଇ(ଚିନ୍ମୟ କୁମାର ସାହୁ):  ଜମିବାଡ଼ି ଗଣ୍ଡଗୋଳରୁ ୨ଭାଇଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡ଼ା। ଏନେଇ ଅଭିଯୋଗ ଥାନାକୁ ଯିବା ସତ୍ତ୍ୱେ ପୁଲିସ୍‌ ଏହାର ସମାଧାନ ନିମନ୍ତେ ଗୁରୁତ୍ୱ ଦେଲାନି। ଫଳରେ ତାହା ଏବେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି।  ସାନ ଭାଇ ଓ ଭାଇ ବୋହୂର ଟାଙ୍ଗିଆ ଚୋଟରେ ଗୁରୁତର ହୋଇ ପଡ଼ିଥିବା ବଡ଼ ଭାଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଲୋମଟାଙ୍କୁରା ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ କୃଷ୍ଣପୁର ଗ୍ରାମରେ ଘଟିଥିବା ଜଣାଯାଇଛି।

କୃଷ୍ଣପୁର ଗ୍ରାମର ଦୁଇ ଭାଇ ଶୁକଦେବ ନାୟକ ଓ  ପଦ୍ମଚରଣ ନାୟକଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି।  କିଛି ମାସ ତଳେ ସାନଭାଇ ପଦ୍ମଚରଣ ଘରେ ନଥିବା ବେଳେ ଜମିବାଡ଼ିକୁ ନେଇ ବଡ ଭାଇ ଶୁକଦେବ ତାଙ୍କ ସ୍ତ୍ରୀକୁ ବାଡିଆପିଟା କରିଥିଲେ। ଏନେଇ ସାନଭାଇର ସ୍ତ୍ରୀ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ତେଲକୋଇ ପୁଲିସ୍‌ କିନ୍ତୁ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା।  ଫଳରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ବଢିଥିଲା। ଗତକାଲି ଦୁଇ ଭାଇଙ୍କ ମଧ୍ୟରେ କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା।

ବଡ ଭାଇ ଶୁକଦେବ ଓ ତାଙ୍କ ସ୍ତ୍ରୀ ଏ ସମ୍ପର୍କରେ ତେଲକୋଇ ଥାନାରେ ଅଭିଯୋଗ କରି ସନ୍ଧ୍ୟାରେ ଘରକୁ ଫେରିଥିଲେ।  ଏତିକି ବେଳେ ସାନଭାଇ ପଦ୍ମଚରଣ ଓ ତାଙ୍କ ସ୍ତ୍ରୀ ଶୁକଦେବଙ୍କୁ ଘର ପାଖରେ ଥିବା ଜଙ୍ଗଲକୁ ଘୋଷାଡ଼ି ନେଇ ଟାଙ୍ଗିଆରେ ଶରୀରର ବହୁ ଅଂଶକୁ ଚୋଟ ମାରି ମୁମୂର୍ଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲେ।  ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶୁକଦେବଙ୍କୁ ଜଙ୍ଗଲରୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ।  ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।  ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 



from Odisha Reporter https://ift.tt/2sWHQrh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages