ପଦ୍ମପୁର( ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଟେମ୍ରିମାଲ ଗାଁ ନିକଟ ଗନ୍ଧମାର୍ଦ୍ଧନ ଜଙ୍ଗଲର ରାସ୍ତା କଡ଼ରୁ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ଅର୍ଦ୍ଧଉଲଗ୍ନ ମୃତଦେହ ଠାବ କରାଯାଇଛି। ମୃତ ଯୁବତୀଙ୍କ ନାଁ ଲୁଭାବତୀ ଏଣ୍ଡଜା। ତାଙ୍କ ଘର ଟେମ୍ରିମାଲ ଗାଁରେ।
ଗତ ଶୁକ୍ରାବର ସନ୍ଧ୍ୟାରେ ଲୁଭାବତୀ ଶୌଚ ହେବାକୁ ଯାଇ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କୁ ନ ପାଇବାରୁ ସୋମବାର ପାଇକମାଳ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଗାଁର କିଛି ଲୋକ ଶୌଚ ପାଇଁ ଯିବା ବେଳେ ଯୁବତୀଙ୍କ ମୃତଦେହ ଜଙ୍ଗଲକୁ ଯିବା ରାସ୍ତା କଡ଼ରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/35STiCD
No comments:
Post a Comment