ଗାଈର ସ୍ୱୟଂବର, ସାମିଲ ହେଲେ ୨୦୦ଟି ଷଣ୍ଢ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ଗାଈର ସ୍ୱୟଂବର, ସାମିଲ ହେଲେ ୨୦୦ଟି ଷଣ୍ଢ

ଭୋପାଲ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଇ ଯାଉଥିବେ। କାରଣ ଫିଲ୍ମ ଓ ବଡ଼ବଡ଼ ସେଲେବ୍ରିଟିଙ୍କ ସ୍ୱୟଂବର କଥା ଆପଣ ଶୁଣିଥିବେ। ହେଲେ ଗାଈର ସ୍ୱୟଂବର କଥା କେବେ ହେଲେ ଶୁଣି ନଥିଲେ। ହେଲେ ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସେହିପରି ସ୍ୱୟଂବରରେ ୨୦୦ଟି ଷଣ୍ଢ ଭାଗ ନେଇଥିଲେ। ଏଭଳି ସ୍ୱୟଂବର ଦ୍ୱାରା ଗୋ-ପାଳକମାନେ ସେମାନଙ୍କର ଗାଈ ପାଇଁ ଉପଯୁକ୍ତ ପାର୍ଟନର ପାଇପାରିଛନ୍ତି।

ସ୍ୱୟଂବରରେ ଭାଗ ନେଇଥିବା ଷଣ୍ଢମାନେ ଗୋଟିଏ ଲାଇନରେ ଛିଡ଼ା ହେବା ସହ ସେମାନଙ୍କର କୁଣ୍ଡଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଧ୍ୟପ୍ରଦେଶର ପଶୁ ସମ୍ପଦ ବିଭାଗ ପକ୍ଷରୁ ଏଭଳି ସ୍ୱୟଂବରର ଆୟୋଜିନ କରାଯାଉଛି।

ବିଭାଗ ପକ୍ଷରୁ ସ୍ୱୟଂବର ପାଇଁ ପାଖାପାଖି ୨୦୦ଟି ଷଣ୍ଢଙ୍କୁ ଅଣା ଯାଇଥିଲା। ଏହି ଷଣ୍ଢଗୁଡ଼ିକ ସିରେ ବୋଲି ନାମିତ କରାଯାଇଛି। ଏହି ଷଣ୍ଢ ଗୁଡ଼ିକର ସମସ୍ତ ତଥ୍ୟ ବିଭାଗ ପକ୍ଷରେ ରହିଥିଲା। ଷଣ୍ଢ ଗୁଡ଼ିକର ପାରିବାରିକ ଇତିହାସ, ରୋଗ ଓ ଷଣ୍ଢଗୁଡ଼ିକର ମା’ ମାନେ କେତେ କ୍ଷୀର ଦେଉଥିଲେ, ତା’ର ତଥ୍ୟ ମଧ୍ୟ ସରକାରଙ୍କ ପାଖରେ ଉପଲବ୍ଧ ରହିଛି। ଏହି ତଥ୍ୟକୁ ଆଧାରକରୀ ଗୋ-ପାଳକମାନେ ସେମାନଙ୍କ ଗାଈକୁ ସୁହାଇଲା ଭଳି ଷଣ୍ଢଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଜଣେ ଅଧିକାରୀ କହିଛନ୍ତି, “ମଧ୍ୟପ୍ରଦେଶରେ ସମସ୍ତ ୧୬ ପ୍ରଜାତିର ଷଣ୍ଢ ରହିଛନ୍ତି। ସ୍ୱୟଂବରରେ ଭାଗ ନେଇଥିବା ୨୦୦ ଷଣ୍ଢଙ୍କୁ ଭୋପାଲରେ ଥିବା ସେଣ୍ଟ୍ରାଲ ସେମେନ ଷ୍ଟେସନରୁ ଅଣାଯାଇଛି।”

ଷଣ୍ଢଗୁଡ଼ିକର ତଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏଥିର ଷଣ୍ଢଗୁଡ଼ିକର ସମସ୍ତ ତଥ୍ୟ ରହିଛି। ଏହାଦ୍ୱାରା ଗୋ-ଚାଷ ଅଧିକ ଆଗକୁ ବଢ଼ି ପାରିବ ବୋଲି ପଶୁ ସମ୍ପଦ ମନ୍ତ୍ରୀ ଲକ୍ଷନ ସିଂହ ଯାଦବ କହିଛନ୍ତି। ଷଣ୍ଢ ଗୁଡ଼ିକର ତଥ୍ୟ ପ୍ରତିମାସରେ ଅପଡେଟ କରାଯାଉଛି ଏବଂ ଏହାକୁ ଇଣ୍ଟରନେଟରେ ଛଡ଼ା ଯାଉଛି। ଗିର, ସାହିୱାଲ,ଥାରପାରକର, ମୁରହା, ମାଲଭି ଓ ନିମାରି ବ୍ରିଡ୍ସର ଷଣ୍ଢମାନଙ୍କୁ ସେମେନ ଷ୍ଟେସନକୁ ଅଣାଯାଇଥିଲା।



from Odisha Reporter https://ift.tt/2PSEdLL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages