ନୂଆ ବର୍ଷରୁ ନୂଆ ଯୋଜନା; ବାହାଘର ପାଇଁ ଯୁବତୀଙ୍କୁ ସରକାର ଦେବେ ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ନୂଆ ବର୍ଷରୁ ନୂଆ ଯୋଜନା; ବାହାଘର ପାଇଁ ଯୁବତୀଙ୍କୁ ସରକାର ଦେବେ ସୁନା

ନୂଆଦିଲ୍ଲୀ: ଆଜି ସରିଯାଉଛି ବର୍ଷ ୨୦୧୯। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ନୂଆ ବର୍ଷ ୨୦୨୦। ଆଉ ଏହି ନୂଆ ବର୍ଷ ବାହା ହେବାକୁ ଥିବା ଯୁବତୀମାନଙ୍କ ପାଇଁ ଆଣିଛି ଏକ ଖୁସି ଖବର। ଅବଶ୍ୟ ଏହା କେବଳ ଆସାମର ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ। କାରଣ ଯୋଜନାଟି ଆସାମ ସରକାରଙ୍କର। ଏହାର ନାଁ ହେଉଛି ‘ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନା’। ଏହି ଯୋଜନାରେ ଆସାମ ସରକାର ବାହା ହେବାକୁ ଥିବା ପ୍ରତ୍ୟେକ ଯୁବତୀଙ୍କୁ ୧୦ ଗ୍ରାମ ସୁନା ଦେବେ। ଆଉ ଏହି ଯୋଜନାକୁ ଆସନ୍ତାକାଲି ଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ଆରମ୍ଭ କରାଯିବ। ତେବେ ଗତ ମାସରେ ହୋଇଥିବା ଘୋଷଣା ଅନୁଯାୟୀ, ଏହି ଯୋଜନାରେ ସାମିଲ ହେବାକୁ ହେଲେ କିଛି ସର୍ତ୍ତ ରହିଛି।

ଏହି ଯୋଜନାର ଫାଇଦା ଉଠାଇବା ପାଇଁ ପରିବାର ଲୋକଙ୍କୁ ସ୍ପେଶାଲ୍ ମ୍ୟାରେଜ୍ (ଆସାମ) ନିୟମ, ୧୯୫୪ ଅନୁଯାୟୀ ବିବାହର ପଞ୍ଜିକରଣ କରିବାକୁ ହେବ। ଯେଉଁ ଝିଅମାନେ ଅତିକମ୍‌ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବେ ସେମାନଙ୍କୁ ଏହି ଯୋଜନାରେ ଲାଭ ମିଳିବ। ତେବେ ଏହି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଆଦିବାସୀ ଓ ଚା’ବଗିଚାରେ କାମ କରୁଥିବା ଶ୍ରମିକମାନଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ସେହିପରି ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ହୋଇଥିଲେ ଏହି ଯୋଜନାରେ ସେମାନେ ସାମିଲ ହୋଇପାରିବେ। କୌଣସି ଯୁବତୀ ଦ୍ୱିତୀୟ ବିବାହ କରୁଥିଲେ ତାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ। ପୁଣି ଆଇନ୍ ଅନୁଯାୟୀ ବିବାହ କରୁଥିବା ଯୁବତୀଙ୍କ ବୟସ ୧୮ରୁ ଅଧିକ ହେବା ସହିତ ବରର ବୟସ ୨୧ରୁ ଅଧିକ ହେବା ଆବଶ୍ୟକ।

ଏଥିରେ ଆଉ ଏକ କଥା ମଧ୍ୟ ରହିଛି। ଏଥିରେ କନ୍ୟାକୁ ସୁନା କିମ୍ବା ସୁନାର କୌଣସି ଗହଣା ଦିଆଯିବ ନାହିଁ। ବିବାହ ପଞ୍ଜକୃତ ହେବା ପରେ କନ୍ୟାଙ୍କ ବ୍ୟାଙ୍କ ଏକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରାଯିବ, ଯେଉଁଥିରେ ସେ ନିଜ ପାଇଁ ସୁନା କିଣି ପାରିବେ।



from Odisha Reporter https://ift.tt/2tdC191

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages