କୁହୁଡ଼ି ପାଇଁ ପରିବହନ ସେବା ଠପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

କୁହୁଡ଼ି ପାଇଁ ପରିବହନ ସେବା ଠପ୍

ନୂଆଦିଲ୍ଲୀ: ଦେଶରେ ଶୀତର ଲହରୀ ସାଙ୍ଗକୁ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି। ଏଥିପାଇଁ ଆଜି ପରିବହନ ସେବା ଏକ ପ୍ରକାର ବାଧା ପ୍ରାପ୍ତ ହୋଇଛି। ମୁଖ୍ୟତଃ କୁହୁଡ଼ି ପାଇଁ ୨୧୧ଟି ଟ୍ରେନ୍ ବିଳମ୍ୱରେ ଚାଲିଛି। ଟ୍ରେନ ଗୁଡ଼ିକ ପାଖାପାଖି ୫ ଘଣ୍ଟା ବିଳମ୍ୱରେ ଚାଲୁଥିବା ଦେଖିବାକୁ ମିଳିଛି। ସେହିପରି ବିମାନ ସେବା ମଧ୍ୟ ବିଳମ୍ୱ ରହିଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦର ପକ୍ଷରୁ ମଧ୍ୟ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି ଯେ, ଘରୁ ବାହାରିବା ପୂର୍ବରୁ ନିଜ ବିମାନର ସମୟ ବାବଦରେ ସଂପୃକ୍ତ ବିମାନର ହେଲ୍ପ ଲାଇନ୍ ନମ୍ୱରକୁ ଫୋନ୍ କରି ଯୋଗାଯୋଗ କରି ନିଅନ୍ତୁ।

ତେବେ ଦୀର୍ଘ ୨୨ ବର୍ଷ ପରେ ଡିସେମ୍ୱରରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି। ଦିଲ୍ଲୀରେ ତାପମାତ୍ରା ଏବେ ଶିମଲା ଏବଂ ମସୁରୀଠୁ ମଧ୍ୟ କମ୍ ରହିଛି। ଚଳିତଥର ଦିଲ୍ଲୀରେ ପ୍ରତିଦିନ ତାପମାତ୍ରା ନୂଆ ନୂଆ ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳିଛି।

ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଦୀର୍ଘ ୧୧୯ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଦିଲ୍ଲୀରେ ସେମବାର ଦିନ ବେଳା ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୯୦୧ ପରେ ଡିସେମ୍ବର ମାସରେ ଦିଲ୍ଲୀରେ କେବେ ହେଲେ ଦିନର ତାପମାତ୍ରା ଏତେ ତଳକୁ ଖସି ନଥିଲା।

ଏଠାରେ ସର୍ବୋଚ୍ଚ ତାପମାତ୍ରା ୯.୪ ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଦିନ ୨.୩୦ରେ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “୧୧୯ ବର୍ଷ ମଧ୍ୟରେ କେବେ ହେଲେ ଦିଲ୍ଲୀରେ ଏଭଳି ଶୀତ ଅନୁଭୂତ ହୋଇ ନଥିଲା। ହେଲେ ଆଜି ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।”



from Odisha Reporter https://ift.tt/2QdVuPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages