ଦୁଷ୍କର୍ମ ଉଦ୍ୟମକାରୀଙ୍କ ଜିଭ ଛିଣ୍ଡାଇ ଦେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ଦୁଷ୍କର୍ମ ଉଦ୍ୟମକାରୀଙ୍କ ଜିଭ ଛିଣ୍ଡାଇ ଦେଲେ ମହିଳା

କୋଣାର୍କ(ସଞ୍ଜୟ ପତି): ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା। ନିଜ ଇଜ୍ଜତ ବଞ୍ଚାଇବାକୁ ମହିଳାଜଣକ ଯୁବକଙ୍କ ଜିଭ ଛିଣ୍ଡାଇ ଫୋପାଡ଼ି ଦେଲେ। ଏହାପରେ ପ୍ରାଣ ବିକଳରେ ଯୁବକଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ଏପରି ଘଟଣା କାକଟପୁରସ୍ଥିତ ଏକ ଆଶ୍ରମରେ ଘଟିଛି । ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ମହିଳାଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କାକଟପୁର ଥାନାଠାରୁ ମାତ୍ର ପଚାଶ ମିଟର ଦୂରରେ ଅବସ୍ଥିତ କାକଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ଏକ ଆଶ୍ରମ ରହିଛି।  ବୁଧବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଆଶ୍ରମରେ ପହଞ୍ଚି କବାଟ ବାଡ଼େଇଥିଲେ। ଅନ୍ତେବାସିନୀଜଣକ କବାଟ ଖୋଲିବା ପରେ ସେ ମହିଳାଙ୍କ ମୁହଁକୁ ଏକ କପଡ଼ାରେ ବାନ୍ଧି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରୁଥିଲେ। ଉକ୍ତ ସମୟରେ ମହିଳାଜଣଙ୍କ ନିଜକୁ ରକ୍ଷା କରିବାକୁ ଯାଇ ଦୁର୍ବୁତ୍ତଙ୍କ ଜିଭକୁ କାମୁଡି ଛିଣ୍ଡାଇ ଦେଇଥିଲେ। ଜିଭ ଛିଣ୍ଡି ତଳେ ପଡିବା ପରେ ଦୁର୍ବୁତ୍ତଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫେରାର ହୋଇଯାଇଥିଲେ।

ପୀଡ଼ିତାଜଣଙ୍କ କାକଟପୁର ଥାନାରେ ଏତଲା ଦେବା ପରେ କାକଟପୁର ଥାନା ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି। ପୁଲିସ୍‌ ଆଶ୍ରମରେ ପହଞ୍ଚି ଛିଣ୍ଡି ପଡ଼ିଥିବା ଜିଭକୁ ଜବତ କରି ଥାନାକୁ ଆଣିଛି। ମହିଳାଙ୍କ ଏତଲାକୁ ଗ୍ରହଣ କରି ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି। ଛିଣ୍ଡା ଜିଭକୁ ଡାକ୍ତରୀ ଯାଞ୍ଚ ପରେ ପଦକ୍ଷେପ ନିଆଯିବ ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡିଛି।



from Odisha Reporter https://ift.tt/2Qobopv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages