ପଡ଼ି ଜଳିଗଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ପଡ଼ି ଜଳିଗଲା ବିମାନ

କାଜାକିସ୍ତାନ: ବିମାନ ବନ୍ଦରରୁ ଟେକ୍ ଅଫ୍ ନେବା ବେଳେ ଏକ ଦୁଇ ମହଲା କୋଠା ସହ ଏକ ଯାତ୍ରୀବାହୀ ବିମାନ ବାଡ଼େଇ ହୋଇଛି। ଫଳରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। କାଜାକାସ୍ତାନର ଅଲମାଟି ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ୯୫ ଯାତ୍ରୀ ଏବଂ ୫ ଜଣ କ୍ର୍ୟୁ ସଦସ୍ୟ ଥିଲେ। ବିମାନଟି କାଜାକାସ୍ତାନର ସବୁଠୁ ବଡ଼ ସହର ଅଲମାଟିରୁ ଦେଶର ରାଜଧାନୀ ନୁରୁସୁଲ୍ତାନ ଯାଉଥିଲା।

ମିଳିଥିବା ରିପୋର୍ଟ ଅନୁୟାୟୀ ଏଯାବତ ୧୪ ଜଣ ଯାତ୍ରୀଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଅନେକ ଆହତ ହୋଇଥିବା ସୂଚନା ରହିଛି। ବେକ୍ ଏୟାର ଫ୍ଲାଇଟ୍ ୨୧୦୦ ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭ଟା ୦୫ରେ ଅଲମାଟି ବିମାନ ବନ୍ଦରରୁ ଟେକ୍ ଅଫ୍ କରିବାର କିଛି ସମୟ ପରେ ରାଡ଼ାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।


ବିମାନଟି ଟେକ୍ ଅଫ୍ କରିବା ପରେ ଦୁର୍ଘଟଣାର ଶିକାର ହେବାର ଭିଡିଓ ଚିତ୍ର ହସ୍ତଗତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଖାଲି ବିମାନ ନୁହେଁ ପାଖରେ ଥିବା ଘର ଗୁଡ଼ିକରେ ମଧ୍ୟ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି।

ବିମାନଟି ଦୁର୍ଘଟଣାର ଶିକାର ହେବା ପରେ ଘଟଣାସ୍ଥଳରେ ଦମକଳ ବିହାନୀ ପହଞ୍ଚି ନିଆଁ ଲିଭାଉଛନ୍ତି। ଏଥିସହ ବିମାନଟି ଖସି ପଡ଼ିଥିବା ସ୍ଥାନରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।



from Odisha Reporter https://ift.tt/2SqfLTT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages