ସିଏଏକୁ ବିରୋଧ ସତ୍ତ୍ୱେ କାହିଁକି ପଛଘୁଞ୍ଚା ଦେଉନାହାନ୍ତି ସରକାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ସିଏଏକୁ ବିରୋଧ ସତ୍ତ୍ୱେ କାହିଁକି ପଛଘୁଞ୍ଚା ଦେଉନାହାନ୍ତି ସରକାର?

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟରେ ହିଂସା ଜାରି ରହିଛି। ଆସାମରେ ସ୍ଥିତି ପ୍ରଶମିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ଏହାକୁ ଜୋରଦାର ବିରୋଧ କରାଯାଇଛି। ତେଣେ ସରକାରଙ୍କ ଏହି ନାଗରିକ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ ସମେତ ତ୍ରିପୁରାର ରାଜା ଏବଂ ଅନ୍ୟାନ୍ୟମାନେ। ମୋଦି ସରକାରଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ବିଧେୟକ ମଧ୍ୟରେ ସାମିଲ୍ ଥିବା ଏହି ନାଗରିକ ସଂଶୋଧନକୁ ସଂସଦରୁ ସଡ଼କ ବିରୋଧ ସତ୍ତ୍ୱେ ସରକାର କାହିଁକି ନିଜ ନିଷ୍ପତ୍ତିରେ ଅଟଳ? ଏହାର କାରଣ ରାଜନୀତିକ ଫାଇଦା ବୋଲି ଅନୁମାନ କରାଯାଉଛି। ଶାସକ ଦଳ ବିଜେପି ଆକଳନ କରିଛି ଏହି ଆଇନ ଜରିଆରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ପରେ ବିଜେପି ହିଁ ଅଧିକ ଲାଭବାନ ହେବ। ଆଉ ସବୁଠୁ ଅଧିକ ଲାଭବାନ ହେବ ପଶ୍ଚିମବଙ୍ଗରେ। ପଶ୍ଚିମବଙ୍ଗରେ ବିଜେପି ମଜବୁତ ହେଉଥିବା ବେଳେ ଆଗାମୀ ବିଧାନସଭା ନିର୍ବାଚନ ବେଳେ ଏଠାରେ ସରକାର ଗଢ଼ିବ ବୋଲି କହିସାରିଛି।

ଉତ୍ତର ପୂର୍ବରେ ବିଜେପି ସରକାର ରହିଛି। ଆସାମରେ ବିଜେପି ସରକାର ରହିଛି। ହେଲେ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟରେ ଛୋଟ ଦଳଙ୍କ ସହ ମିଶି ବିଜେପି କ୍ଷମତାରେ ରହିଛି। ଦଳ ଆଶା ରଖିଛି ଆସାମରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ। ହେଲେ ଜନ ଆକ୍ରୋଶ ୨୦୨୧ ବିଧାନସଭା ନିର୍ବାଚନ ବେଳେ ଓଲଟା ପଡ଼ିପାରେ।

୨୦୧୬ରେ ବିଜେପି ଏହି ରାଜ୍ୟରେ ନିଜ ଦମରେ କ୍ଷମତାକୁ ଫେରିଥିଲା। ଆସାମର ଅସ୍ମିତା ଏବଂ ପରମ୍ପରାକୁ ବିଜେପି ନିର୍ବାଚନରେ ଅଗ୍ରାଧିକାର ଦେଇଥିଲା। ଏହାପରେ ଆସାମର ହିନ୍ଦୁମାନଙ୍କୁ ଏକତ୍ରୀତ କରି ନିଜ ସପକ୍ଷରେ ଭୋଟ ବ୍ୟାଙ୍କ ସୃଷ୍ଟି କରିଥିଲା। ହେଲେ ଆଗାମୀ ବିଧାନସଭା ନିର୍ବାଚନ ବେଳକୁ ବିଜେପି ବିରୋଧରେ ଜନମତ ସୃଷ୍ଟି କରିପାରନ୍ତି। ତେବେ ତାଙ୍କ ସରକାର ଆଉ କିଛି ଯୋଜନା ମାଧ୍ୟମରେ ଏହି ଭୋଟରମାନଙ୍କୁ ମନେଇବାକୁ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

ଆସାମରେ ଦୀର୍ଘବର୍ଷ ହେବ ବାଂଲାଦେଶ ଶରଣାର୍ଥୀମାନେ ବେଆଇନ ଭାବରେ ପ୍ରବେଶ କରିଛନ୍ତି। ଏହି ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବାହାର କରିବା ପାଇଁ ଆସାମର ମୂଳବାସିନ୍ଦା ଦାବି କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏମାନଙ୍କୁ ନାଗରିକ ପ୍ରଦାନ କରୁଥିବାରୁ ଆସାମର ମୂଳବାସିନ୍ଦା ଏହାକୁ ବିରୋଧ କରିଛନ୍ତି।

ଆସାମରେ ବିଜେପି ବ୍ୟାକଫୁଟରେ ରହିବ ବୋଲି ଆକଳନ କରିସାରିଛି ହେଲେ ଏହାର ଫଇଦା ସେ ପଶ୍ଚିମବଙ୍ଗରେ ନେବ ବୋଲି ଆକଳନ କରିଛି। ତେଣୁ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଏହି ଆଇନ ଆସିବ ବୋଲି କେନ୍ଦ୍ର ପ୍ରାକ ସୂଚନା ଦେବା ପାଖରୁ କଡ଼ା ବିରୋଧ କରୁଛି। କାରଣ ପଶ୍ଚିମବଙ୍ଗରେ ଶରଣାର୍ଥୀଙ୍କ ସଂଖ୍ୟା ଏବେ ଅଧିକ। ଯେଉଁମାନେକି ନିର୍ବାଚନରେ ଗୋଟିଏ ବଡ଼ ଭୂମିକା ନେଇପାରନ୍ତି।

ପଶ୍ଚିମବଙ୍ଗର ବିଜେପି ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷ କହିଛନ୍ତି ସୁବେ ଅଞ୍ଚଳରେ ଏହିଭଳି ଶରଣାର୍ଥୀ ପାଖାପାଖି ୨ କୋଟି ରହିଛନ୍ତି। ଏମାନଙ୍କୁ ଦେଶର ନାଗରିକତା ମିଳିବ। କ୍ଷମତା ହରାଇବା ଆକଳନ କରି ଟିଏମସି ରାଜ୍ୟରେ ହିଂସା ପ୍ରଦର୍ଶନ କରୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ଏପ୍ରିଲ-ମେ’ ବେଳକୁ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି।



from Odisha Reporter https://ift.tt/35zIVU0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages