ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍ ଅଭିନେତା ଅମ୍ଳାନ ଦାସ। ନିକଟରେ ତାଙ୍କ ନିର୍ବନ୍ଧ ବି ସରିଯାଇଛି। ନିର୍ବନ୍ଧ ସମୟର ଫଟୋ ସୋଶାଲ୍ ମିଡିଆରେ ଶେଆର କରାଯାଇଛି। ଫଟୋରେ ଅମ୍ଳାନ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କ ଭାବି ପତ୍ନୀ ଶାଢ଼ି ପିନ୍ଧିଛନ୍ତି। ଦୁହେଁ ପରସ୍ପରକୁ ମୁଦି ପିନ୍ଧାଉଥିବା ଫଟୋରେ ଦେଖିବାକୁ ମିଳିଛି। ଫଟୋରେ ଅମ୍ଲାନ୍ଙ୍କ ବାପା ତଥା ଅଭିନେତା ମିହିର ଦାସ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।
ଅମ୍ଳାନଙ୍କ ଭାବି ପତ୍ନୀଙ୍କ ନାଁ ଭୂମିକା। ତାଙ୍କ ଘର କଟକ ସିଡିଏରେ। ସେ ଚଳଚ୍ଚିତ୍ର ଜଗତର ନୁହନ୍ତି। ତେବେ ବାହାଘର କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଯାହା ସୂଚନା ମିଳିଛି ଆସନ୍ତା ଫେବୃଆରୀ ମାସରେ ସେମାନଙ୍କ ବାହାଘର ହେବ।
ସୂଚନାଯୋଗ୍ୟ, ‘ସପନର ପଥେ ପଥେ’, ‘ଗୋଲାପି ଗୋଲାପି’, ‘ବଜରଙ୍ଗି’ ଓ ‘ଟାଇଗର୍’ ଆଦି ଫିଲ୍ମରେ କାମ କରିଛନ୍ତି ଅମ୍ଳାନ। ୨୦୧୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟାର୍ଗେଟ୍’ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ଆଗକୁ ତାଙ୍କ ଅଭନୀତ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ ରିଲିଜ୍ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନେତା ଜ୍ୟୋତି ଏବଂ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହେମନ୍ତ କୁମାର ସାହୁ।
from Odisha Reporter https://ift.tt/2Efwv82
No comments:
Post a Comment