ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳର ଏମ୍ସ ନଗରର ଏକ ହୋଟେଲ୍ରୁ ସେକ୍ସ ରାକେଟ୍ ଠାବ ହୋଇଛି। ପୁଲିସ୍ ଆଜି କୌଣସି ସୂତ୍ରରୁ ଖବର ପାଇ ହୋଟେଲ୍ ଉପରେ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ଦୁଇ ଜଣ ଦଲାଲ ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏଥିସହ ୬ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ତେବେ ମାଷ୍ଟରମାଇଣ୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପୁଲିସ୍ ଆପତ୍ତିଜନକ ସାମଗ୍ରୀ ସହ ଟଙ୍କା ମଧ୍ୟ ଜବତ କରିଛି। ହୋଟେଲ ମାଲିକଙ୍କୁ ପୁଲିସ୍ ପଚରାଉଚରା କରିଛି। ହୋଟେଲ୍ ମାଲିକ କହିଛନ୍ତି,“ସେମାନେ ଗ୍ରାହକ ହିସାବରେ ହୋଟେଲକୁ ଆସିଥିଲେ। ଆଉ ସେମାନଙ୍କ ପରିଚୟପତ୍ର ମଧ୍ୟ ହୋଟେଲରେ ଦେଇଥିଲେ। ମୋ ଅଜଣାତରେ ଏହି ଘଟଣା ଘଟିଛି।” ହେଲେ ପ୍ରକୃତରେ ହୋଟେଲ ମାଲିକଙ୍କ ଜାଣତରେ ଏହି ଘଟଣା ହେଉଥିଲା ନା ଅଜାଣତରେ ହେଉଥିଲା, ସେନେଇ ପୁଲିସ୍ ତଦନ୍ତ କରୁଛି।
from Odisha Reporter https://ift.tt/35SSM78
No comments:
Post a Comment