ଡବଲ ସେଞ୍ଚୁରୀ ମାରିଲା ପିଆଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ଡବଲ ସେଞ୍ଚୁରୀ ମାରିଲା ପିଆଜ

ବେଙ୍ଗାଲୁରୁ: ଶେଷରେ ଡବଲ ସେଞ୍ଚୁରୀ ମାରିବାରେ ସଫଳ ହୋଇଛି ପିଆଜ। ଶନିବାର ବେଙ୍ଗାଲୁରୁରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି ବେଙ୍ଗାଲୁରୁର କୃଷି ବ୍ୟବସାୟିକ ଅଧିକାରୀ ସିଦ୍ଦଗଙ୍ଗିଆ କହିଛନ୍ତି।

ଅମଳ ସମୟରେ ବର୍ଷା ହେବାରୁ ପିଆଜ ଚାଷ ନଷ୍ଟ ହୋଇଯାଇଛି। ଫଳରେ ନୂଆ ଅମଳ ବଜାରକୁ ଆସିପାରି ନାହିଁ। ପୁରୁଣା ପିଆଜ ଶେଷ ହୋଇଆସୁଥିବାରୁ ବଜାରରେ ପିଆଜ ଉଭାନ ହୋଇଯାଇଛି। ଯାହା ବି ଅଛି ତାହା ଚଢ଼ା ଦରରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି।

ସେହିପରି ଓଡ଼ିଶାରେ ମଧ୍ୟ ପିଆଜି କିଲୋ ୧୬୦ ଟଙ୍କା ପହଁଚି ସାରିଛି। ରାତି ପାହିଲେ ଦର ବଢ଼ୁଥିବାରୁ ଖୁବଶୀଘ୍ର ଓଡ଼ିଶାରେ ମଧ୍ୟ ପିଆଜ ଦର ୨୦୦ ଛୁଇଁବ ବୋଲି ଆକଳନ କରାଯାଉଛି। ରାଜ୍ୟକୁ ପିଆଜ କମ୍ ଆମଦାନୀ ହେଉଥିବାରୁ ଦର ବୃଦ୍ଧି ହେଉଛି ବୋଲି ସୂଚନା ରହିଛି।

ସାରା ଦେଶରେ ପିଆଜର ମହଙ୍ଗା ମାଡ ଜାରି ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ମଧ୍ୟ ହନ୍ତସନ୍ତ ହେଉଛନ୍ତି। ନିକଟରେ ଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପିଆଜ ଦର ବୃଦ୍ଧିକୁ ନେଇ ବୈଠକ କରିଥିଲେ। ପିଆଜ ସଙ୍କଟ ଏଡାଇବାକୁ କେନ୍ଦ୍ର ସରକାର ଇଜିପ୍ଟ ଓ ତୁର୍କୀରୁ ପିଆଜ ଆମଦାନୀ କରିବେ ବୋଲି ଜଣାପଡିଛି।



from Odisha Reporter https://ift.tt/2YtkBk1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages