ଭଙ୍ଗା ଛାତ ତଳେ ଗଢ଼ା ହେଉଛି ଭବିଷ୍ୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

ଭଙ୍ଗା ଛାତ ତଳେ ଗଢ଼ା ହେଉଛି ଭବିଷ୍ୟତ

ବାଙ୍କୀ (ସଞ୍ଜିପ୍‌ କୁମାର ନାୟକ): କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ଅଧୀନସ୍ଥ ସୁବର୍ଣ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଏହି ସ୍କୁଲ୍‌ ୧୮୫୮ ମସିହାରେ ସ୍ଥାପିତ ହୋଇଥିଲା। ଏବେ ଏହି ସ୍କୁଲରେ ୨୧୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହେଲେ ସ୍କୁଲର କିଛି ଶ୍ରେଣୀ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଓ ଏଥିଯୋଗୁ ପାଠପଢ଼ାରେ ସମସ୍ୟା ବି ଦେଖାଯାଉଛି।

ଏହି ସ୍କୁଲରେ ୮ଟି ଶ୍ରେଣୀ ପାଇଁ  ଆଠଟି ଗୃହ ରହିଛି। ହେଲେ ସେଥିମଧ୍ୟରୁ ୪ଟି ଶ୍ରେଣୀ ଗୃହର ଛାତ ଫାଟି ଆଁ କଲାଣି। ଛାତରୁ ସିମେଣ୍ଟ କଂକ୍ରିଟ୍‌ ଖସି ରଡ୍‌ ଦେଖାଗଲାଣି। ଏଥିସହ ଶ୍ରେଣୀ ଗୃହର କାନ୍ଥ ଫାଟି ଗଲାଣି। ହେଲେ ଏଗୁଡ଼ିକର ମରାମତି ହୋଇ ପାରୁ ନାହିଁ।  ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଲାଇବ୍ରେରୀ ଗୃହର ଅବସ୍ଥା ମଧ୍ୟ ପୂରା ସଙ୍ଗିନ୍। ସେଠାରେ ଥିବା ବହୁ ମୂଲ୍ୟବାନ ବହିରେ ଉଈ ଲାଗିଗଲାଣି। ସ୍କୁଲରେ ରୋଷେଇ ଘର ନାହିଁ। ଏକ ଛୋଟ ଅସ୍ଥାୟୀ ଘରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି।

ସ୍କୁଲ୍‌ର ଛାତ୍ରୀ ଦୀପାଞ୍ଜଳି ବେହେରା କହିଛନ୍ତି, “ଆମ କ୍ଲାସ୍‌ ରୁମ୍ ଛାତ ଉପରୁ ସିମେଣ୍ଟ ଖସୁଛି। ତେଣୁ ପାଠ ପଢ଼ିବାରେ ବହୁତ ଅସୁବିଧା ହେଉଛି। ବର୍ଷା ହେଲେ ଛାତରୁ ପାଣି ଝରେ। ତେଣୁ ରେନି ଡେ’ ଘୋଷଣା କରାଯାଏ। ଆମେ ଚାହୁଁଛୁ ଅତି ଶୀଘ୍ର ଆମ ସ୍କୁଲ୍‌ର ମରାମତି କରାଯାଉ। ଫଳରେ ଆମେ ସମସ୍ତେ ଉପକୃତ ହେବୁ।”

ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି, “ଏହି ବିଦ୍ୟାଳୟ କଟକ ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ। ଏହି ସ୍କୁଲକୁ ୧୬୧ ବର୍ଷ ହେଲାଣି। ୮ଟି ଶ୍ରେଣୀ ଗୃହରୁ ୪ଟି ଭଲ ଅଛି। ଆଉ ୪ଟି ଶ୍ରେଣୀ ଗୃହର ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ତେଣୁ ଆମେ ବିଭିନ୍ନ ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପଢ଼ାଉଛୁ। ସ୍କୁଲ୍‌ରେ ଆଉ ୪ଟି ଶ୍ରେଣୀ ଗୃହ କରାଗଲେ ପିଲାମାନେ ଭଲରେ ପାଠ ପଢ଼ିପାରନ୍ତେ। ଏନେଇ ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଯେଉଁ ଅନୁଦାନ ଆସୁଛି, ତାହା ବହୁତ କମ୍। ତାହା ଛାତ ମରାମତି କରିବା ପାଇଁ ବି ଯଥେଷ୍ଟ ହେଉ ନାହିଁ।”

ସେ ଆହୁରି କହିଛନ୍ତି, “ଏଥିସହ ଲାଇବ୍ରେରୀ ପାଇଁ ଗୋଟିଏ ଘର ହେଲେ ଭଲ ହୁଅନ୍ତା। ସେହିପରି ଆଉ ଗୋଟିଏ ରୋଷେଇ ଘର ହେଲେ ପିଲାମାନେ ବହୁତ ଉପକୃତ ହୋଇ ପାରନ୍ତେ।”

ସ୍କୁଲ୍‌ର ଏଭଳି ଅବସ୍ଥା ନେଇ ବାଙ୍କୀ ବିଇଓ ଆଶୋକ କୁମାର ମହାନ୍ତି କହିଛନ୍ତି, “ଗତ ୫ ତାରିଖରେ ସ୍କୁଲ୍‌ ଓ ଗଣ ଶିକ୍ଷା ବିଭାଗ ସଚିବ ସ୍କୁଲକୁ ଆସି ବୁଲି ଦେଖିଛନ୍ତି। ଏହାସହ ଫୋଟ ଉଠାଇ ନେଇଛନ୍ତି। ସେ ନିଶ୍ଚିତ ଭାବରେ କିଛି ପଦକ୍ଷେପ ନେବେ।”

ବାଙ୍କୀରେ ଉପ-ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅମୀୟ କୁମାର ସାହୁ କହିଛନ୍ତି, “ସ୍କୁଲର କ’ଣ ସ୍ଥିତି ଅଛି, ଆଉ କେମିତି ଏହାର ଉନ୍ନତିକରଣ କରାଯାଇପାରିବ, ସେନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବୁ।”

ଏହି ସ୍କୁଲ୍‌ରେ ବହୁ ବିଶିଷ୍ଟ ବ୍ୟକ୍ତି ପାଠ ପଢ଼ିଛନ୍ତି। ତେଣୁ ପୁରୁଣା ଛାତ୍ରଛାତ୍ରୀମାନେ ଲାଗିଲେ ଏହି ସ୍କୁଲ୍‌ର ସ୍ଥିତି ବଦଳିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।



from Odisha Reporter https://ift.tt/35CgtkF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages