ଖଟିଆରେ ବୁହା ହେଲେ, ଜଙ୍ଗଲରେ ପ୍ରସବ କଲେ ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଖଟିଆରେ ବୁହା ହେଲେ, ଜଙ୍ଗଲରେ ପ୍ରସବ କଲେ ଗର୍ଭବତୀ

ନବରଙ୍ଗପୁର (ନବଘନବିଶୋୟୀ ) : ପୁଣି ଜନନୀ ଯନ୍ତ୍ରଣା। ଖଟିଆରେ ବୁହା ହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କୁର୍ଷି ପଞ୍ଚାୟତରେ ପୁଣି ଥରେ ଏପରି ଘଟଣା ନଜରକୁ ଆସିଛି।

କୁର୍ଷି ପଞ୍ଚାୟତ ଭାଲୁଡ଼ଙ୍ଗରି ଗାଁର ରୀନା ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଭଲ ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଏକ ଖଟିଆରେ ଗର୍ଭବତୀଙ୍କୁ ବୋହି ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରକୁ ଆଣିଥିଲେ।   ହେଲେ ଆଣିବା ବାଟରେ ଜଙ୍ଗଲ ଭିତରେ ମହିଳା ଜଣକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ।

ପ୍ରସବ ପରେ ପରିବାର ଲୋକେ ମହିଳାଙ୍କୁ ଖଟିଆ ଯୋଗେ ପୁଣିଥରେ ନିଜ ଘରକୁ ନେଇଯାଇଥିଲେ । ଏବେ ଉଭୟ ମା’ ଓ ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି ।



from Odisha Reporter https://ift.tt/364uXdk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages