ରାଉରକେଲା ଇସ୍ପାତ କାରଖାନାରେ ବିନା ଏଣ୍ଟ୍ରି ପାସ୍‌ରେ ପଶିଲା ଟ୍ରେଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ରାଉରକେଲା ଇସ୍ପାତ କାରଖାନାରେ ବିନା ଏଣ୍ଟ୍ରି ପାସ୍‌ରେ ପଶିଲା ଟ୍ରେଲର୍‌

ରାଉରକେଲା ( ସତ୍ୟାନନ୍ଦ ମହାନ୍ତି ): ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍‌  ଜବତ ହୋଇଛି । ଗତକାଲି  ଅପରାହ୍ନରେ ପ୍ଲେଟ ମିଲ୍‌ ନିକଟରୁ RSP କ୍ରାଇମ ବ୍ରାଞ୍ଚ ଏବଂ ଭିଜିଲାନ୍ସ ଟିମ୍‌ ଏହି ୨ ଟ୍ରେଲର୍‌ ଜବତ କରିଥିଲା।  ମାତ୍ର ଡ୍ରାଇଭରଦ୍ୱୟ ଘଟଣାସ୍ଥଳ଼ରୁ ଫେରାର ହୋଇଯାଇଥିଲେ । କୌଣସି ବଡ ଧରଣର ଲୁହା ଚୋରି କରିବାକୁ ଏହି ଟ୍ରେଲର୍‌ ପ୍ଲାଣ୍ଟ ମଧ୍ୟରେ ପଶିଥିବା ସନ୍ଦେହ କରାଯାଉଛି ।

ଏ ବାବଦରେ କିଛି CISF କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି  କରାଯାଇଛି । ଏ ବାବଦରେ ଟାଙ୍ଗରପାଲି ଥାନାରେ RSP ପକ୍ଷରୁ ଲିଖିତ ସୂଚନା ଦିଆଯାଇଛି । ଘଟଣାର ଗୁରୁତ୍ୱ ଥିବାରୁ ଉଭୟ ପୁଲିସ୍‌ ଏବଂ ସିଆଇଏସଏଫ ମାମଲାର ତଦନ୍ତ କରୁଛନ୍ତି ।

ଦୁଇ ଦିନ ପୂର୍ବରୁ ମଧ୍ୟ ଏକ ବିନା ଏଣ୍ଟ୍ରି ପାସ୍‌ ଟ୍ରକ୍‌ ପ୍ଲାଣ୍ଟ ମଧ୍ୟରୁ ଜବତ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଏହାକୁ ନେଇ ପ୍ଲାଣ୍ଟରେ ଏକ ବଡ଼ ଲୁହା ଚୋରି କରୁଥିବା racket କାମ କରୁଥିବା ସନ୍ଦେହ କରାଯାଉଛି ।



from Odisha Reporter https://ift.tt/2tY6Vm6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages