ସିଏଏ, ଏନଆରସି ପରେ ଏନଆରପି ପାଇଁ ମୋଦି ସରକାରଙ୍କ ପ୍ରସ୍ତୁତି, ପ.ବଙ୍ଗ ଓ କେରଳର ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ସିଏଏ, ଏନଆରସି ପରେ ଏନଆରପି ପାଇଁ ମୋଦି ସରକାରଙ୍କ ପ୍ରସ୍ତୁତି, ପ.ବଙ୍ଗ ଓ କେରଳର ନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆନ୍ଦୋଳନ ଚାଲିଥିବା ବେଳେ ମୋଦି ସରକାର ଜାତୀୟ ଜନଗଣନା ପଞ୍ଜୀକରଣ(ଏନଆରପି) ଲାଗୁ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏନଆରପି ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କ୍ୟାବିନେଟ ଠାରୁ ୩,୯୪୧ କୋଟି ଟଙ୍କା ମଧ୍ୟ ମାଗିଛି। ଭାରତରେ ରହୁଥିବା ଲୋକଙ୍କ ଏକ ତଥ୍ୟ ହାସଲ କରିବା ପାଇଁ ଏନଆରପି କାର୍ଯ୍ୟକାରୀ ହେବ। ଏଥିରେ ବାୟୋମେଟ୍ରିକ ତଥ୍ୟ ସହ ଭୌଗଳିକ ସ୍ଥିତିର ତଥ୍ୟ ମଧ୍ୟ ରହିବ।

ସିଏଏ ଓ ଏନଆରସି ଭଳି ଏନଆରପିକୁ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି। ସିଏଏ ଓ ଏନଆରସିକୁ ନେଇ ମୋଦି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏନଆରପି ପାଇଁ ଚାଲିଥିବା ସମସ୍ତ କାର୍ଯ୍ୟ ଉପରେ ରୋକ ଲଗାଇ ଦେଇଛନ୍ତି।

ପଶ୍ଚିମବଙ୍ଗ ବ୍ୟତୀତ କେରଳ ସରକାର ମଧ୍ୟ ଏନଆରପି ଉପରେ ଚାଲିଥିବା ସମସ୍ତ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଆରପି ଜାରିଆରେ କେନ୍ଦ୍ର ସରକାର ଏନଆରସି ଲାଗୁ କରିବାର ଆଶଙ୍କା ଥିବାରୁ କେରଳ ସରକାର ଏହା ଉପରେ ରୋକ ଲଗାଇଥିବା କହିଛନ୍ତି।

ସ୍ୱାଧୀନତା ପରେ ୧୯୫୧ ମସିହାରେ ପ୍ରଥମଥର ପାଇଁ ଜନଗଣନା କାର୍ଯ୍ୟ କରାଯାଇଥିଲା। ସେବେଠାରୁ ୭ଥର ଦେଶର ଜନଗଣନା ହୋଇଛି। ଶେଷଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା। ଏବେ ୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିଥାଏ ଓ ୩ଟି ପର୍ଯ୍ୟାୟରେ ଜନଗଣନା କରାଯାଏ।

ପ୍ରଥମ ପର୍ଯ୍ୟାୟ ଆସନ୍ତାବର୍ଷ ଏପ୍ରିଲ ୧ରୁ ଆରମ୍ଭ ହୋଇ ୩୦ ସେପ୍ଟେମ୍ବର ଯାଏ ଚାଲିବ। ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଘରଘର ବୁଲି ଲୋକଙ୍କ ତଥ୍ୟ ସଂଗ୍ରହ କରିବେ। ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ୯ ଫେବୃଆରୀରୁ ୨୮ ଫେବୃଆରୀ ମଧ୍ୟରେ ଶେଷ ହେବ। ୧ ମାର୍ଚ୍ଚରୁ ୫ ମାର୍ଚ୍ଚ ମଧ୍ୟରେ ସଂଶୋଧନ ପର୍ଯ୍ୟାୟ ହେବ। ସେନସର କମିଶନର ଭାବେ ସରକାର ୨୦୦୯ ବ୍ୟାଚର ଆଇଏଏସ୍‌ ଅଫିସର ଟି ମିତ୍ରଙ୍କୁ ନିଯୁକ୍ତ କରିଛନ୍ତି।

ଏନଆରପି ହେଉଛି ଭାରତୀୟ ନାଗରିକଙ୍କ ସରକାରୀ ଦସ୍ତାବିଜ। ୧୯୫୫ ନାଗରିକତା ଆଇନ ଅନୁଯାୟୀ, ସ୍ଥାନୀୟ, ଉପ ଜିଲ୍ଲା, ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରସ୍ତରରେ ଏହାକୁ ପ୍ରସ୍ତୁତ କରାଯାଏ। ଯଦି କେହି ୬ମାସରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହୁଛି, ତା’ହେଲେ ତାଙ୍କୁ ଏନଆରପି ଜରିଆରେ ପଞ୍ଜୀକରଣ କରିବାକୁ ପଡ଼ିବ। ୨୦୧୦ରେ ଦେଶର ନାଗରିକଙ୍କ ତଥ୍ୟ ହାସଲ ପାଇଁ ସରକାର ଏହାକୁ ଆରମ୍ଭ କରିଥିଲେ। ୨୦୧୬ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୦ ଏପ୍ରିଲ ମାସରୁ ଏହାକୁ କାର୍ଯ୍ୟକାରୀ କରାଯିବ।



from Odisha Reporter https://ift.tt/2Qbp1IA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages