୩୮ ଦିନରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାଓ୍ୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

୩୮ ଦିନରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାଓ୍ୱାର

ମୁମ୍ୱାଇ: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଏନସିପି ବିଧାୟକ ଅଜିତ ପାଓ୍ୱାର। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଅଜିତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି। ଏହି କ୍ୟାବିନେଟ ସମ୍ପ୍ରସାରଣରେ ମହା ବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା ଶିବସେନା, ଏନସିପି ଓ କଂଗ୍ରେସର ୩୬ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ ଉଦ୍ଧାବ ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିର ନବାବ ମଲିକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

କଂଗ୍ରେସର ୧୨, ଏନସିପିର ୧୪ ଏବଂ ଶିବସେନାର ୧୬ ଜଣ ବିଧାୟକ କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ରାଜ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆସନ ଶିବସେନା ପାଖରେ ରହିଥିବାରୁ ଉପମୁଖ୍ୟମନ୍ତ୍ରୀ ଆସନ ଏନସିପି ପାଖରେ ଓ ବାଚସ୍ପତି ଆସନ କଂଗ୍ରେସ ପାଖରେ ରହିବ ବୋଲି ମେଣ୍ଟ ବେଳେ ନିଷ୍ପତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଆସନ ନିଷ୍ପତ୍ତି ଅନୁସାରେ ପୂରଣ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଆସନ ପାଇଁ ଏନସିପି ସମୟ ମାଗିଥିଲା। ଏବେ ଏହି ଉପମୁଖ୍ୟମନ୍ତ୍ରୀ ଆସନରେ ଅଜିତ ପାଓ୍ୱାରଙ୍କୁ ବସାଇଛି ଏନସିପି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଅକ୍ଟୋବର ୨୪ରେ ନିର୍ବାଚନ ଫଳାଫଳ ବାହାରିଥିଲା। ଶିବସେନା ଓ ବିଜେପି ମଧ୍ୟରେ ମେଣ୍ଟ ତୁଟିବା ପରେ ବିଜେପି ନଭେମ୍ୱର ୨୩ରେ ଏନିସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଥିଲା। ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଏନସିପିର ବାକି ବିଧାୟକ ସମର୍ଥନ ନକରିବାରୁ ଫଡ଼ାନାଭିସ ସରକାର ତିନି ଦିନରେ ଭାଙ୍ଗିଯାଇଥିଲା। ଏମିତିକି ଅଜିତ ପାଓ୍ୱାର ତାଙ୍କ ଦଳ ନିଷ୍ପତ୍ତିକୁ ସମର୍ଥନ ଜଣାଇ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ। ତେବେ ଏହା ପୂର୍ବରୁ ମଧ୍ୟ ଅଜିତ ପାଓ୍ୱାର କଂଗ୍ରେସ-ଏନସିପି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।



from Odisha Reporter https://ift.tt/2swHkjM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages