ଲଭ୍‌, ସେକ୍ସ, ଧୋକା ; ସରପଞ୍ଚ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ଲଭ୍‌, ସେକ୍ସ, ଧୋକା ; ସରପଞ୍ଚ ଗିରଫ

ଭୁବନେଶ୍ୱର/ବୌଦ୍ଧ (ଓଡ଼ିଶା ରିପୋର୍ଟର): ପ୍ରେମ ଜାଲରେ ଫସାଇଲେ, ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଲେ। ଏହାପରେ ମନ୍ଦିରରେ ବିବାହ କରି ୭ ବର୍ଷ ହେବ ଏକାଠି  ରହିଲେ। ସଂସାର ଗାଡ଼ି ଠିକ୍‌ଠାକ ଚାଲିଥିବା ବେଳେ ୬ ମାସ ପୂର୍ବେ ପ୍ରଥମ ପତ୍ନୀଙ୍କ ଅଗୋଚରରେ କଲେ ଦ୍ୱିତୀୟ ବିବାହ।

ଏ  ସମ୍ପର୍କରେ ପ୍ରଥମ ପତ୍ନୀ ଅବଗତ ହେବା ପରେ ସ୍ୱାମୀ ଏବେ ଜେଲ୍‌ରେ। ଏପରି ଅଭିଯୋଗରେ ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯାମୀ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ୍ ଗତ ରାତିରେ ଗିରଫ କରିଛି ।

ଅଭିଯୋଗ ଅନୁସାରେ, ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଅନ୍ତର୍ଯ୍ୟାମୀଙ୍କର ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କ ସହ ସାକ୍ଷାତ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଏହାପରେ ଉଭୟ ମନ୍ଦିରରେ ବାହା ହୋଇଥିଲେ। ଦୀର୍ଘ ୭ ବର୍ଷ ଧରି ଉଭୟ ଏକାଠି ମଧ୍ୟ ରହିଥିଲେ। ହେଲେ ସରପଞ୍ଚ ତାଙ୍କ ପ୍ରଥମ ପତ୍ନୀଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ତାଙ୍କ ଅଜାଣତରେ ଅନ୍ତର୍ଯ୍ୟାମୀ ୬ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଛନ୍ତି ବୋଲି  ତାଙ୍କ ପ୍ରଥମ ପତ୍ନୀ ଅଭିଯୋଗ ଆଣିଛନ୍ତି। ଅନ୍ତର୍ଯ୍ୟାମୀଙ୍କ ଦ୍ୱିତୀୟ ସ୍ତ୍ରୀ ଗାଁରେ ଥିବା ସୂଚନା ମିଳିଛି। । ଏ ସମ୍ପର୍କରେ ପ୍ରଥମ ପତ୍ନୀ ଜାଣିବା ପରେ ୨ ଦିନ ପୂର୍ବେ ଥାନା ଦ୍ୱାରସ୍ତ ହୋଇଥିଲେ।  ଏହି ଘଟଣାରେ ପୁଲିସ୍‌  ଅନ୍ତର୍ଯ୍ୟାମୀଙ୍କୁ ଗିରଫ କରି ପଚରାଉଚରା କରୁଛି। 



from Odisha Reporter https://ift.tt/2SA7D30

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages