ଝିଅ ପ୍ରେମ କରିବାରୁ ସହି ପାରିଲେନି ବାପା, ମୁଣ୍ଡରୁ ଗଣ୍ଡିକୁ କରିଦେଲେ ଅଲଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ଝିଅ ପ୍ରେମ କରିବାରୁ ସହି ପାରିଲେନି ବାପା, ମୁଣ୍ଡରୁ ଗଣ୍ଡିକୁ କରିଦେଲେ ଅଲଗା

ଥାନେ: ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରୁ ଏକ ସୁଟକେସରେ ଠାବ ହୋଇଥିବା ମୁଣ୍ଡ ବିହୀନ ଯୁବତୀଙ୍କ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଯୁବତୀ ଜଣଙ୍କୁ ତାଙ୍କ ବାପା ହିଁ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି।

ଏଥିସହ ସିସିଟିଭି ଫୁଟେଜକୁ ଛାନଭିନ କରି ଝିଅକୁ ହତ୍ୟା କରିଥିବା ବାପାକୁ ମଧ୍ୟ ପୁଲିସ ଗିରଫ କରିଛି। ଝିଅ ପ୍ରେମ କରୁଥିବାରୁ ବାପା ଏହାକୁ ସହ୍ୟ କରି ନ ପାରି ଏମିତି କରିଥିବା ପୁଲିସ୍‌ କହିଛି।

ପ୍ରଥମେ ଜଣେ ଅଟୋରିକ୍ସା ଡ୍ରାଇଭର ହିଁ ରବିବାର ଦିନ ଥାନେ ପୁଲିସ୍‌କୁ ସନ୍ଦିଗ୍ଧ ସୁଟକେସ ସମ୍ପର୍କରେ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ସୁଟକେସ ଖୋଲିବା ପରେ ମୁଣ୍ଡ ବିହୀନ ଜଣେ ଯୁବତୀଙ୍କ ମୃତଦେହ ଠାବ କରିଥିଲା। ଜଣେ ବ୍ୟକ୍ତି ରବିବାର ଅଟୋରେ ଏହି ସୁଟକେସ ଧରି ବସିଥିଲେ। ତେବେ ଏହା ମଧ୍ୟରୁ ଦୁର୍ଗନ୍ଧ ବାହାରିବାରୁ ଅଟୋ ଡ୍ରାଇଭର ତାଙ୍କୁ ପ୍ରଶ୍ନ କରିଥିଲେ।

ଏହାପରେ ସେ ଅଟୋରେ ହିଁ ସୁଟକେସକୁ ଛାଡ଼ି ଫେରାର ହୋଇଯାଇଥିଲେ। ଅଟୋ ଡ୍ରାଇଭରଙ୍କ ଠାରୁ ସବୁ ସୂଚନା ପାଇବା ପରେ ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ସମୟରେ ଅନ୍ଧେରୀରେ ଥିବା ଏକ ଲଜିଷ୍ଟ ଫାର୍ମରେ କାମ କରୁଥିବା ଅରବିନ୍ଦ ତିୱାରୀ ସମ୍ପର୍କରେ ସୂଚନା ମିଳିଥିଲା।

ପୁଲିସ୍‌ ତାଙ୍କୁ ଧରିବା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଅରବିନ୍ଦ ହିଁ ତାଙ୍କ ୨୨ ବର୍ଷୀୟ ଝିଅ ପ୍ରିନ୍ସଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପ୍ରିନ୍ସ ଗୋଟିଏ ପୁଅକୁ ଭଲ ପାଉଥିଲେ। ହେଲେ ଏଥିରେ ଅରବିନ୍ଦ ରାଜି ହୋଇ ନଥିଲେ। ସେ ବାରମ୍ବାର ଝିଅକୁ ଏସବୁରୁ ଦୂରେଇ ରହିବାକୁ କହିଥିଲେ।

କିନ୍ତୁ ପ୍ରିନ୍ସ ଶୁଣି ନଥିଲେ। ଶେଷରେ ସେ ନିଜ ଝିଅକୁ ହତ୍ୟା କରି ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ପୁଲିସ୍ ଏବେ ତାଙ୍କୁ ଅଧିକ ତଥ୍ୟ ପାଇଁ ଜେରା କରୁଛି।



from Odisha Reporter https://ift.tt/355ljGI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages