ମୁମ୍ବାଇ: ‘ବିଗ୍ ବସ୍’ ସିଜିନ୍ ୧୩’କୁ ନେଇ ଏବେ ପ୍ରାୟ ସବୁ ଦିନେ ଚର୍ଚ୍ଚା ଲାଗି ରହୁଛି। କାରଣ ପ୍ରତିଦିନ ଶୋ’ରେ କିଛି ନା କିଛି ନୂଆ କଥା ବା ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। ଶୋ’ରେ ସବୁଠୁ ଅଧିକ ହଙ୍ଗାମା କରୁଥିବା ଦମ୍ଦାର୍ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ‘ବବି’ ହାଉସ୍ରୁ ବାହାରି ସିକ୍ରେଟ୍ ରୁମ୍କୁ ଚାଲିଯିବା ପରେ ଆଉ କିଛି ମଜାଦାର ଘଟଣା ଦେଖିବାକୁ ମିଳିବ ନାହିଁ ବୋଲି ଦର୍ଶକ ଭାବି ନେଇଥିଲେ। କାରଣ ଶୋ’ରେ ତାଙ୍କର ଦବ୍ଦବା ଅଧିକ ରହୁଥିଲା। ତାଙ୍କର ସବୁଦିନ କୌଣସି ନା କୌଣସି ପ୍ରତିଯୋଗୀଙ୍କ ସହିତ ଝଗଡ଼ା ହେଉଥିଲା ଓ ଏହା ଦର୍ଶକଙ୍କୁ ଏଣ୍ଟରଟେନ୍ କରୁଥିଲା। ତେବେ ସେ ସିକ୍ରେଟ୍ ରୁମ୍କୁ ଗଲା ପରେ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିନି। କାରଣ ଅନେକ ଦିନରୁ ଥଣ୍ଡା ପଡ଼ି ରହିଥିବା ଏକ୍ସ କପଲ୍ ବିଶାଲ୍ ଓ ମଧୁରିମାଙ୍କ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଦୁହେଁ ମୁହାଁମୁହିଁ ହୋଇଛନ୍ତି।
ଗତକାଲି ଏପିସୋଡ୍ରେ ଦେଖିବାକୁ ମିଳିଥିଲା ବିଶାଲ୍ ଓ ମଧୁରିମାଙ୍କ ହାଇ ଭୋଲ୍ଟେଜ୍ ଝଗଡ଼ା। ବିଶାଲ୍ଙ୍କ ବିରୋଧରେ ଅଭିଯୋଗ ଆଣି ମଧୁରିମା କହିଥିଲେ ଯେ ସେ ତାଙ୍କୁ ଘର ଭିତରେ ଅସହଜ ଅନୁଭବ କରାଉଛନ୍ତି। ଆଉ ଏହାର ଜବାବରେ ବିଶାଲ୍ କହିଥିଲେ, “ଯଦି ତୁମକୁ ଏତେ ଅସୁବିଧା ହେଉଛି, ତା’ହେଲେ ତୁମେ ଶୋ’କୁ ଆସୁଥିଲ କାହିଁକି?”। ବାସ୍ ଏତିକିରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲେ ମଧୁରିମା ଓ କହିଥିଲେ, “ଏହି ଶୋ କ’ଣ ତୁମର ନା ତୁମ ବାପାଙ୍କର?” ଆଉ ତା’ପରେ ଆରମ୍ଭ ହେଇଯାଇଥିଲା ଭୟଙ୍କ ମଧ୍ୟ କଥା କଟାକଟି।
ଶୋ’ରେ ପ୍ରଥମ ଥର ପାଇଁ ଏଭଳି ମୁହିଁମୁହିଁ ହୋଇଛନ୍ତି ବିଶାଲ୍ ଓ ମଧୁରିମା। ଏପର୍ଯ୍ୟନ୍ତ ସେମାନେ ପରସ୍ପରକୁ ଏଡ଼ାଇ ଯାଉଥିଲେ। ଏହା ପୂର୍ବରୁ ସେମାନେ ‘ନଚ୍ ବଲିୟେ ୯’ର ସବୁଠୁ ଅଧିକ ବିବାଦୀୟ ଯୋଡ଼ି ଥିଲେ। ସେମାନଙ୍କ ତୁ ତୁ ମେଁ ମେଁ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ହେଲେ ସମସ୍ତେ ଚାହୁଁଥିଲେ ଯେ ସେମାନେ ପୂର୍ବ କଥା ଭୁଲି ପୁଣିଥରେ ଏକାଠି ହେଇଯାଆନ୍ତୁ। ଆଉ ଦର୍ଶକଙ୍କ ଡିମାଣ୍ଡରେ ହିଁ ଏହି ଦୁଇଜଣଙ୍କୁ ‘ବିଗ୍ ବସ୍ ୧୩’କୁ ଆଣାଯାଇଥିଲା। ସମସ୍ତଙ୍କ ଆଶା ଯେ ଗୋଟିଏ ଛାତ ତଳେ ରହିଲେ ହୁଏତ ସେମାନେ ପରସ୍ପରର ନିକଟତର ହୋଇପାରିବେ। ହେଲେ ଏବେ ତ କିଛି ଓଲଟା ହିଁ ଦେଖିବାକୁ ମିଳୁଛି।
ଏ ଦୁହିଁଙ୍କୁ ପୁଣି ଏକାଠି କରିବାକୁ ଦର୍ଶକ ଓ ଶୋ’ର ନିର୍ମାତାଙ୍କ ପ୍ରୟାସ ସଫଳ ହେଉଛି ନା ସେମାନେ ପରସ୍ପରଠାରୁ ଆହୁରି ଦୂରେଇ ଯାଉଛନ୍ତି, ତାହା ଦେଖିବା ବାକି ରହିଲା।
from Odisha Reporter https://ift.tt/2E4UbMm
No comments:
Post a Comment