ନିର୍ଭୟା ମାମଲା: ଘାତକ ହେବାକୁ ଆଗେଇ ଆସିଲେ ମହିଳା ସୁଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ନିର୍ଭୟା ମାମଲା: ଘାତକ ହେବାକୁ ଆଗେଇ ଆସିଲେ ମହିଳା ସୁଟର

ନୂଆଦିଲ୍ଲୀ: ତିହାର ଜେଲ କତ୍ତୃପକ୍ଷ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘାତକ ଆବଶ୍ୟକ। ଏହି ଘାତକ ସାଜିବା ପାଇଁ ଅନ୍ତର୍ଜାତୀୟ ମହିଳା ସୁଟର ବର୍ତ୍ତିକା ସିଂହ ଆଗ୍ରହ ପ୍ରକାଶ କରିଛନ୍ତି। ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତାଙ୍କୁ ସରକାର ନିୟୋଜିତ କରନ୍ତୁ ବୋଲି ରକ୍ତରେ ଚିଠି ଲେଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି ବର୍ତ୍ତିକା। ଜଣେ ମହିଳାଙ୍କ ଦ୍ୱାରା ଏହି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ୍ ବୋଲି ସେ ତାଙ୍କ ଚିଠିରେ ଦାବି କରିଛନ୍ତି।

ବର୍ତ୍ତିକା ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି, ‘ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ସଜା ମୋ ଦ୍ୱାରା ହେବା ଦରକାର। ଯଦି ସରକାର ରାଜି ହେବେ ତାହେଲେ ସାରା ଦେଶକୁ ଏକ ନୂଆ ବାର୍ତ୍ତା ଯିବ। ମୁଁ ଆଶା କରୁଛି ମହିଳା କଳାକାର, ସାଂସଦମାନେ ମୋର ଏହି ପ୍ରସ୍ତାବକୁ ସମର୍ଥନ କରିବେ’।

ସୂଚନାଯୋଗ୍ୟ, ଏହି ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନିର୍ଭୟାଙ୍କ ମା’ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ। ଏହାପରେ ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ପଟିଆଲା କୋର୍ଟରେ ଦୋଷୀଙ୍କୁ ହାଜର କରାଯାଇଥିଲା। କୋର୍ଟ ଶୁକ୍ରବାର ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିବେ ବୋଲି ଜଣାପଡ଼ିଥିଲା। ହେଲେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ସିଂହ ଠାକୁର ସୁପ୍ରିମକୋର୍ଟରେ କ୍ଷମା ଆବେଦନ କରିଛି। ତେଣୁ ସର୍ବୋଚ୍ଚ କୋର୍ଟଙ୍କ ଶୁଣାଣି ପରେ ପଟିଆଲା କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଅକ୍ଷୟର ଆବେଦନ ଉପରେ ୧୭ ତାରିଖରେ ଶୁଣାଣି କରିବେ। ଏହାପରେ ୧୮ ତାରିଖରେ ପଟିଆଲା କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି।



from Odisha Reporter https://ift.tt/35ybku1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages