ସାମ୍ନାକୁ ଆସିଲା ସଲ୍‌ମାନ୍‌ଙ୍କ କୁନି ଭାଣିଜୀ ‘ଆୟତ୍‌’ଙ୍କ ପ୍ରଥମ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ସାମ୍ନାକୁ ଆସିଲା ସଲ୍‌ମାନ୍‌ଙ୍କ କୁନି ଭାଣିଜୀ ‘ଆୟତ୍‌’ଙ୍କ ପ୍ରଥମ ଫଟୋ

ମୁମ୍ବାଇ: ଗତ ଶୁକ୍ରବାର ସଲ୍‌ମାନ୍‌ଙ୍କ ଜନ୍ମଦିନରେ ତାଙ୍କ ଭଉଣୀ ଅର୍ପିତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ଏହା ଥିଲା ସଲ୍‌ମାନ୍‌ଙ୍କ ପାଇଁ ସବୁଠୁ ବଡ଼ ଉପହାର। ଆଉ ଗତକାଲି ତାଙ୍କ କୁନି ଭାଣିଜୀଙ୍କ ଫଟୋ ସାମ୍ନାକୁ ଆସିଛି। ଅର୍ପିତାଙ୍କ ସ୍ୱାମୀ ତଥା ଅଭିନେତା ଆୟୁଷ ଶର୍ମା ସୋଶାଲ୍‌ ମିଡିଆରେ ଝିଅ ‘ଆୟତ୍‌’ଙ୍କ ଫଟୋ ପୋଷ୍ଟ୍ କରିଛନ୍ତି।

ଆୟୁଷ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ୍ କରିଥିବା ବେଳେ ଏଥିରେ ତାଙ୍କ ପୂରା ପରିବାର  ଅର୍ଥାତ୍‌ ପତ୍ନୀ ଅର୍ପିତା, ପୁଅ ଆହିଲ୍‌, ଝିଅ ଆୟତ୍‌ଙ୍କ ସହ ସେ ନିଜେ ଅଛନ୍ତି। ଏହି ଫଟୋଗୁଡ଼ି ବେଶ୍ ସୁନ୍ଦର ହୋଇଛି। ଫଟୋରେ ଆୟତ୍‌ କୁନି ପରୀ ଭଳି ଲାଗୁଛନ୍ତି।

ଆୟତ୍‌ଙ୍କ ପ୍ରଥମ ଫଟୋକୁ ଶେଆର୍‌ କରି ଆୟୁଷ ଲେଖିଛନ୍ତି, “ଏହି ସୁନ୍ଦର ପୃଥିବୀକୁ ତୁମକୁ ସ୍ୱାଗତ ଆୟତ। ତୁମେ ଆମ ଜୀବନରେ ବହୁତ ଖୁସି ଭରିଦେଇଛ। ଆଶା କରେ ତୁମେ ଏହିଭଳି ସମସ୍ତଙ୍କ ଜୀବନରେ ପ୍ରେମ ଓ ଖୁସି ଭରିଦେବ।” ଆୟୁଷଙ୍କ ଏହି ପୋଷ୍ଟରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌, ଦିଆ ମିର୍ଜା ଓ ପ୍ରନୂତନ ବହଲଙ୍କ ସହ ଆହୁରି ଅନେକ ସେଲେବ୍ରିଟି ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ, ଭାଇ ସଲ୍‌ମାନ୍‌ଙ୍କୁ ତାଙ୍କ ଜନ୍ମଦିନରେ ଖାସ୍‌ ଉପହାର ଦେବାକୁ ଅର୍ପିତା ପୂର୍ବରୁ ପ୍ଲାନ୍‌ କରିଥିଲେ। ତାଙ୍କର ଡେଲିଭରୀ ଡେଟ୍‌ ଡିସେମ୍ବର ୨୭ ତାରିଖ ପାଖାପାଖି ହେବ ବୋଲି ଡାକ୍ତର କହିବା ପରେ ସେ ଏହି ଯୋଜନା କରିଥିଲେ। ଆଉ ସେହି ଯୋଜନା ଅନୁଯାୟୀ ଡିସେମ୍ବର ୨୭ ତାରିଖରେ ସଲ୍‌ମାନ୍‌ଙ୍କ ଜନ୍ମଦିନରେ ସି-ସେକ୍ସନ୍ ବା ସିଜରିଆନ୍‌ ମାଧ୍ୟମରେ ସେ ଆୟତଙ୍କୁ ଜନ୍ମ ଦେଇଥିଲେ।



from Odisha Reporter https://ift.tt/2u8MoeN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages