ଶୀତ ପାଇଁ ଏମିତି ରୁହନ୍ତୁ ସତର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ଶୀତ ପାଇଁ ଏମିତି ରୁହନ୍ତୁ ସତର୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଶୀତ ଦିନ ପାଇଁ କ’ଣ କରିବେ, କିପରି ଭାବେ ସତର୍କ ରହିବେ ସେ ନେଇ ସତର୍କତା ଜାରି ହୋଇଛି।

୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ ।
୨- ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, ପାଦରେ ଜୋତା ମୋଜା ବ୍ୟବହାର କରନ୍ତୁ।
୩-ଜେନେରେଟର୍, କିରୋସିନ୍ ଲଣ୍ଠନ ଲଗାଇଲେ ଶୋଇବା ପୂର୍ବରୁ ବିଷାକ୍ତ ଧୂଆଁ ଘର ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ ।
୪- ରୋଷେଇ ସମୟରେ ଏବଂ ନିଆଁ ପୋଇବା ବେଳେ ଯଥେଷ୍ଟ ଧ୍ୟାନ ରଖନ୍ତୁ ।
୫-ଗରମ ଖାଦ୍ୟ ଖାଆନ୍ତୁ, ଉଷୁମ ପାଣି ପିଅନ୍ତୁ ।
୬-ଗୃହପାଳିତ, ପଶୁ, ପକ୍ଷୀଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ।
୭-ଶୀତ ଯୋଗୁଁ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
-ଶୀତ ପ୍ରବାହ ଜାଣିବା ପାଇଁ ଗଣମାଧ୍ୟମରେ ଦିଆଯାଉଥିବା ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ।



from Odisha Reporter https://ift.tt/2th53o2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages